ETV Bharat / state

ଦଲାଲ ରାଜୁତି, ଲୁଣ ବଦଳରେ ବିକ୍ରି ହେଉଛି ମହୁଲ

author img

By

Published : May 5, 2021, 7:17 PM IST

Brokerage in Rayagad; mahula flower are sold at low  Price
ରାୟଗଡାରେ ଦଲାଲଙ୍କ ରାଜୁତି, ଶାଗମାଛ ଦରରେ ବିକ୍ରି ହେଉଛି ମହୁଲ

ମହୁଲକୁ ମିଳୁନି ଉଚିତ ଦର । ଲୁଣ ବଦଳରେ ଆଦିବାସୀଙ୍କ ଠାରୁ ମହୁଲ ବୋହି ନେଉଛନ୍ତି ଦଲାଲ । ଚୁପ ବସିଛି ପ୍ରଶାସନ । ଅଧିକ ପଢନ୍ତୁ...

ରାୟଗଡା: ମହୁଲ ଫୁଲକୁ ମିଳୁନି ପ୍ରକୃତ ମୂଲ । ଶାଗ ମାଛ ଦରରେ ଲୁଟି ନେଉଛନ୍ତି ଦଲାଲ । ଟଙ୍କା ବଦଳରେ ଲୁଣ ଦେଇ ନିରୀହ ଆଦିବାସୀଙ୍କୁ ଠକୁଛନ୍ତି ବେପାରୀ । ମହୁଲ ଫୁଲରୁ ଦୁଇ ପଇସା ରୋଜଗାର କରିବାର ସବୁ ବାଟ ଯେମିତି ବନ୍ଦ ହୋଇଯାଉଛି ଆଦିବାସୀଙ୍କ ପାଇଁ । ବଜାରରେ ମହୁଲ ଦର କିଲୋ ପିଛା 16ରୁ 18 ଟଙ୍କା ବିକ୍ରି ହେଉ ଥିବା ବେଳେ ଅଧିକାଂଶ ସଂଗ୍ରହକାରୀ ଠକାମୀର ଶିକାର ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ଘାଟି ଅଞ୍ଚଳ କୁହାଯାଉଥିବା ପିପିଲିଗୁଡା, ମୀରାବାଲି, ବଡ ଆଳୁବାଡି ଓ ସୀମାନ୍ତ କେରେଡା ସହ ଗୁମ୍ମା ପଞ୍ଚାୟତର ଦୁର୍ଗମ ଗାଁ ଗୁଡିକରୁ ଆସିଛି ସମାନ ଅଭିଯୋଗ । ଏପଟେ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ କୌଣସୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ରାୟଗଡାରେ ଦଲାଲଙ୍କ ରାଜୁତି, ଶାଗମାଛ ଦରରେ ବିକ୍ରି ହେଉଛି ମହୁଲ
ମହୁଲ ବିକ୍ରି ପାଇଁ ପଞ୍ଚାୟତସ୍ତରରୁ ଦର ଧାର୍ଯ୍ୟ ହୋଇଥାଏ । ସରପଞ୍ଚ, ସମିତି ସଭ୍ୟଙ୍କ ସମେତ କିଛି ସରକାରୀ ଅଧିକାରୀ ଦର ସ୍ଥିର କରି ପଠାଇଥାନ୍ତି ବ୍ଲକ କାର୍ଯ୍ୟାଳୟକୁ । ପରେ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଚୂଡାନ୍ତ ନିଷ୍ପତ୍ତି ପରେ ବ୍ଲକସ୍ତରରେ ଦର ଧାର୍ଯ୍ୟ ହୋଇଥାଏ । କେବଳ ସେତିକି ନୁହଁ ମହୁଲ କିଣିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଭେଣ୍ଡର ଲାଇସେନ୍ସ ଦିଆଯାଇଥାଏ । ଏହି ବାବଦରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଇଥାନ୍ତି । ହେଲେ ଚଳିତ ବର୍ଷ ଜିଲ୍ଲାରେ ମହୁଲ ସଂଗ୍ରହ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା ବେଳେ ଅବକାରୀ ବିଭାଗ ପକ୍ଷରୁ ବିକ୍ରିବଟା ପାଇଁ ହୋଇନି ବ୍ୟବସ୍ଥା । ଫଳରେ ଦଲାଲଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଲୁଣ , ଶୁଖୁଆ , ଆଳୁ, ପିଆଜ ବଦଳରେ ବୋହି ନେଉଛନ୍ତି ମହୁଲ । ବିଶେଷ କରି ପଡୋଶୀ ଆନ୍ଧ୍ରପ୍ରଦେଶରେ ପ୍ରସ୍ତୁତ ହେଉଥିବା କମ୍ ଆୟୋଡିନଯୁକ୍ତ ଲୁଣକୁ ଗ୍ରାମାଞ୍ଚଳରେ ଦଲାଲ ଦେଉଥିବା ଅଭିଯୋଗ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.