ETV Bharat / state

ଗୁଣୁପୁରରେ ଲୁଟେରା ରାଜ୍, ପୋଲିସ ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ

author img

By

Published : Jul 4, 2021, 9:15 PM IST

ଗୁଣୁପୁରରେ ଚାଲିଛି ଲୁଟେରା ରାଜ୍ । ସହରର ପୃଥକ ପୃଥକ ସ୍ଥାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ପୋଲିସ ପେଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢ଼ନ୍ତୁ...

ଗୁଣୁପୁରରେ ଲୁଟେରା ରାଜ୍, ପୋଲିସ ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ
ଗୁଣୁପୁରରେ ଲୁଟେରା ରାଜ୍, ପୋଲିସ ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ

ରାୟଗଡ଼ା: ଗୁଣୁପୁରରେ ମାତିଲେ ଲୁଟେରା । ସହରର ପୃଥକ ପୃଥକ ସ୍ଥାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ପୋଲିସ ପେଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି । ରାୟଗଡା ଜିଲ୍ଲା ଗୁଣୁପୁର ରେ ମାତିଲେ ଲୁଟେରା । ସହରର ପୃଥକ ପୃଥକ ସ୍ଥାନରୁ ନଗଦ ଟଙ୍କା, ସୁନା ଚୋରି କରିନେବା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ଗୁଣୁପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଭାରସିଂ ଗ୍ରାମର କ୍ରିଷ୍ଣା ରାଓ ନାମକ ବ୍ୟକ୍ତି ଚିକିତ୍ସା ପାଇଁ ଘର ଚାବି ପକାଇ ବିଶାଖାପାଟଣା ଯାଇଥିଲେ । ଘରକୁ ଫେରି ଦେଖିବା ବେଳକୁ ତାଙ୍କ କବାଟ ଝରକା ଭଙ୍ଗାଯାଇ ଘର ଭିତରୁ ନଗଦ 6 ଲକ୍ଷ ଟଙ୍କା ସହ 6 ଭରି ସୁନା କେହି ଦୁର୍ବୃତ୍ତ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ।

ଗୁଣୁପୁରରେ ଲୁଟେରା ରାଜ୍, ପୋଲିସ ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ

ସେହିପରି ଚାଲକମବା ଗ୍ରାମରେ ଥିବା ଏକ ପାଣି ଫ୍ୟାକ୍ଟ୍ରିରେ ମଧ୍ୟ ଅନୁରୂପ ଭାବେ କବାଟ ଭାଙ୍ଗି ପାଣି ମଟର, ଫିଲଟର ମେସିନ, ସିସିଟିଭି ଚୋରି ହୋଇଥିବା ଫ୍ୟାକ୍ଟ୍ରି ମାଲିକ ଜଗଦୀଶ ଚୌଧୁରୀ ଅଭିଯୋଗ ଦାଖଲ କରିଛନ୍ତି । ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡଗ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଚୋର ଧରା ପଡ଼ିବେ ବୋଲି ପୋଲିସ କହିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.