ETV Bharat / state

ରାୟଗଡାରେ ସାମ୍ବାଦିକ ନେଲେ ଟିକା

author img

By

Published : May 5, 2021, 10:01 AM IST

journalist vaccinated in raygada
ସାମ୍ବାଦିକଙ୍କୁ ଦିଆଗଲା କୋରୋନା ଟିକା

ସାମ୍ବାଦିକଙ୍କୁ ଦିଆଗଲା କୋରୋନା ଟିକା । ରାୟଗଡାରେ ଟିକା ନେଲେ ୬୧ ସାମ୍ବାଦିକ । ଅଧିକ ପଢନ୍ତୁ...

ରାୟଗଡା: ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପ୍ରଶାସନ ପକ୍ଷରୁ କୋରୋନା ଟିକା ଦିଆଯାଇଛି । ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ ଟିକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉଦଘାଟନ କରିବା ପରେ ପଞ୍ଜିକରଣ କରିଥିବା ସାମ୍ବାଦିକଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା। ଏସପି ବିବେକାନନ୍ଦ ଶର୍ମା, ପିଡି ଡିଆରଡିଏ ମହେଶ୍ବର ନାଏକ ଉପସ୍ଥିତ ରହି ଟିକାକରଣ ବ୍ୟବସ୍ଥାର ଯାଞ୍ଚ କରିବା ସହ ସୁବ୍ୟବସ୍ଥିତ ଭାବେ କିପରି ସାମ୍ବାଦିକ ଟିକା ନେବେ ସେ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଓ ଗୁଣପୁର ଉପଖଣ୍ଡ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ସମସ୍ତ ବ୍ଲକର କାର୍ଯ୍ୟରତ ସାମ୍ବାଦିକଙ୍କୁ ଟିକା ଦିଆଯିବ।

ସାମ୍ବାଦିକଙ୍କୁ ଦିଆଗଲା କୋରୋନା ଟିକା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଭୁବନେଶ୍ବର ଓ ବ୍ରହ୍ମପୁରରେ ସାମ୍ବାଦିକଙ୍କୁ ଟିକା ମିଳିବା ପରେ ରାୟଗଡ଼ାରେ ମଧ୍ୟ ପ୍ରଦାନ ଲାଗି ଜୋରଦାର ଦାବି ଉଠିଥିଲା। ସୋମବାର ମିଡିଆ କେୟାରସ ପକ୍ଷରୁ ବରିଷ୍ଠ ସାମ୍ବାଦିକ ରଞ୍ଜନ ରଥଙ୍କ ନେତୃତ୍ବରେ ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଫଳରେ ଆଲୋଚନା ମାଧ୍ୟମରେ ଟିକାକରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ୬୧ ସାମ୍ବାଦିକ ଟିକା ନେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଜିଲ୍ଲା ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା ସାମ୍ବାଦିକଙ୍କ ଟିକା ନିମନ୍ତେ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରାଇ ଗ୍ରହଣ କରିବା ସହ କିପରି ସମସ୍ତେ ଟିକା ନେଇପାରିବେ ତାହାର ତଦାରଖ କରିଥିଲେ। ଅପରାହ୍ନରେ ଗୁଣୁପୁର ଉପଖଣ୍ଡରେ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏବଂ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ସାମ୍ବାଦିକ ମାନଙ୍କ ଟିକାକରଣ କରାଯିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସୂଚନା ଦେଇଥିଲେ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.