ETV Bharat / state

ନଡିଆ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

author img

By

Published : Jul 30, 2021, 7:48 AM IST

୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଦିନକୁ ଦିନ ବଢିବାରେ ଲାଗିଛି ନିଶାଦ୍ରବ୍ୟ କାରବାର । ୨୦୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ । ଅଧିକ ପଢନ୍ତୁ...

ରାୟଗଡା: ଜିଲ୍ଲାର ପଦ୍ମପୁର ପୋଲିସକୁ ମିଳିଛି ବଡ ସଫଳତା । ୨୦୫ କେଜି ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ପଦ୍ମପୁର ପୋଲିସ । ଗିରଫ ଅଭିଯୁକ୍ତର ନାମ ସୋନୁ ରାୟ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁରୁବାର ପାଟ୍ରୋଲିଂ କରୁଥିବା ସମୟରେ କେନ୍ଦୁଗୁଡ଼ା ଫାଣ୍ଡି ନିକଟରେ ଏକ ନଡ଼ିଆ ବୋଝେଇ ଗାଡିକୁ ସନ୍ଦେହ କରି ଅଟକାଇ ଥିଲା । ଗାଡିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣା ପଡିଥିଲା ।

୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଅଭିଯୁକ୍ତ ଅଡ଼ବା ଅଞ୍ଚଳରୁ ଝାରଖଣ୍ଡକୁ ଗଞ୍ଜେଇ ନେଉଥିବା ସ୍ୱୀକାର କରିଛି । ଜବତ ଗଞ୍ଜେଇର ପରିମାଣ ୨୦୫ କେଜି ହୋଇଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ୫୦ ହଜାର ଟଙ୍କା । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗ ହାଜତକୁ ପଠେଇ ଦିଆଯାଇଛି ବୋଲି ପଦ୍ମପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.