ETV Bharat / state

ବଜ୍ରାଘାତରେ ବାପା ମୃତ, 2 ଝିଅ ଗୁରୁତର

author img

By

Published : Jun 30, 2021, 10:59 PM IST

ବଜ୍ରଘାତରେ ବାପା ମୃତ, ଦୁଇ ଝିଅ ଗୁରୁତର
ବଜ୍ରଘାତରେ ବାପା ମୃତ, ଦୁଇ ଝିଅ ଗୁରୁତର

ରାୟଗଡା ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ଓ 2 ଝିଅ ଗୁରୁତର । ଆହତ ଦୁଇ ଜଣ ହସ୍ପିଟାଲରେ ଭର୍ତ୍ତି । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ....

ରାୟଗଡା: ବଜ୍ରାଘାତରେ ବାପା ମୃତ, ଦୁଇ ଝିଅ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଲାଉଗୁଡା ଗ୍ରାମରେ । ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ସ୍ଥାନୀୟ 40 ବର୍ଷିୟ ଅନନ୍ତ ଶବର ।

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଅନନ୍ତ ଶବର ନିଜ ଦୁଇ ଝିଅଙ୍କୁ ନେଇ ଡଙ୍ଗରକୁ ଯାଇଥିବାବେଳେ ହଠାତ ପ୍ରବଳ ବର୍ଷା ସହ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ଘଟଣାସ୍ଥଳରେ ଦୁଇ ଝିଅଙ୍କ ଆଖି ସାମ୍ନାରେ ଟଳି ପଡିଥିଲେ ବାପା ଅନନ୍ତ । ଦୁଇ ଝିଅ ମଧ୍ୟ ଆହତ ହୋଇଥିଲେ । ଦୁହିଁଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିଲେ ।

ବଜ୍ରଘାତରେ ବାପା ମୃତ, ଦୁଇ ଝିଅ ଗୁରୁତର

ଖବର ପାଇ ଘଟଣାସ୍ଥଳକୁ ପଦ୍ମପୁରରୁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଅନନ୍ତଙ୍କ ସହ ଦୁଇ ଝିଅଙ୍କୁ ଉଦ୍ଧାର କରି ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ଗୁଣପୁର ସଦର ହସ୍ପିଟାଲକୁ ପଠାଇଥିଲା । ପଦ୍ମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅନନ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଦୁଇ ଝିଅ ଏବେ ହସ୍ପିଟାଲରେ ଚିକିତ୍ସଧୀନ ରହିଛନ୍ତି । ପଦ୍ମପୁର ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.