ETV Bharat / state

ମୃଦୁ ଭୂମିକମ୍ପରେ ଫାଟିଲା ଅଗଣା, ସୃଷ୍ଟି ହେଲା ଝରଣା

author img

By

Published : Apr 21, 2021, 10:41 PM IST

earthquakes creates stream in raygada
ମୃଦୁ ଭୂମିକମ୍ପରେ ସୃଷ୍ଟି ହେଲା ଝରଣା

ମୃଦୁ ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଲା ଝରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡାରେ । ଅଧିକ ପଢନ୍ତୁ...

ରାୟଗଡା: ମୃଦୁ ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଲା ଝରଣା । କଥାଟା ଶୁଣିବାକୁ ଅବିଶ୍ବାସ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ସଦର ବାରିଝୋଲା ଗାଁର ଜଣେ ଚାଷୀଙ୍କ ଫର୍ମ ହାଉସରେ। ଗତ 15 ତାରିଖ ଭୋର 4 ଟା ବେଳେ ରାୟଗଡ ଜିଲ୍ଲାର କିଛି ସ୍ଥାନରେ ମୃଦୁ ଭୂମିକମ୍ପ ହୋଇଥିଲା। ଯାହା ଫଳରେ ଏକ ବଡ ଧରଣର ଶବ୍ଦ ସହ ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା ।

ମୃଦୁ ଭୂମିକମ୍ପରେ ସୃଷ୍ଟି ହେଲା ଝରଣା

ସକାଳୁ ଉଠି ଦେଖିବା ପରେ ପାଚେରୀର କାନ୍ଥ ନିକଟରେ ପାଣି ବାହାରୁଥିବା ନଜରକୁ ଆସିଥିଲା। ଭିତରେ କିଛି ପାଇପ ଫାଟିଥିବା ଅନୁମାନ କରି ପାଇପ ମିସ୍ତ୍ରୀକୁ ଡାକି ଅନୁଧ୍ୟାନ କରିଥିଲେ। କିନ୍ତୁ ସେହି ସ୍ଥାନରେ କୌଣସି ପାଇପ ନ ଥିବା ଜାଣିବା ପରେ ଝରଣା ସୃଷ୍ଟି ହୋଇଥିବା ଦେଖିବାକୁ ମିଳି ଥିଲା । ତେବେ ବର୍ତମାନ ପର୍ଯ୍ୟନ୍ତ ସେଠାରୁ ଅନବରତ ପାଣି ବାହାରୁଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.