ETV Bharat / state

କୋରୋନା କାଳରେ ପିଇବା ପାଣି ସମସ୍ୟା, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

author img

By

Published : May 13, 2021, 6:11 AM IST

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଫୁଲଫୁଟି ଗ୍ରାମରେ ଲାଗିରହିଛି ଉତ୍କଟ ପାନୀୟଜଳର ସମସ୍ୟା । ବାରମ୍ବାର ଅଭିଯୋଗ ପରେ ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ । ଅଧିକ ପଢନ୍ତୁ....

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଫୁଲଫୁଟି ଗ୍ରାମରେ ଲାଗିରହିଛି ଉତ୍କଟ ପାନୀୟଜଳର ସମସ୍ୟା
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଫୁଲଫୁଟି ଗ୍ରାମରେ ଲାଗିରହିଛି ଉତ୍କଟ ପାନୀୟଜଳର ସମସ୍ୟା

ରାୟଗଡା: ଗୁଣୁପୁର ବ୍ଳକ ଫୁଲଫୁଟି ଗ୍ରାମରେ ଲାଗିରହିଛି ଉତ୍କଟ ପାନୀୟଜଳର ସମସ୍ୟା । ଗ୍ରାମରେ ଥିବା 3ଟି ନଳକୂପ ଅଚଳ ହୋଇଯାଇଥିବାରୁ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ସେହିଭଳି ସୋଲାର ପାଇପ ମଧ୍ୟ କାମ କରୁନାହିଁ । ଲୋକେ ନଦୀରେ ଚୁଆ ଖୋଳି ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

କୋରୋନା କାଳରେ ପିଇବା ପାଣି ସମସ୍ୟା, ଶୁଣୁନାହିଁ ପ୍ରଶାସନ

ଅନ୍ୟପଟେ ପାଣି ସମସ୍ୟାର ସମାଧାନ କରିବା ଦାବି ନେଇ ଗୁହାରୀ ଜଣେଇବାକୁ 50 କିଲୋମିଟର ଦୂରରୁ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଗ୍ରାମବାସୀ । ହେଲେ କୋଭିଡ ଯୋଗୁଁ କାର୍ଯ୍ୟାଳୟର କୌଣସି କର୍ମକର୍ତ୍ତା ଦରଖାସ୍ତ ରଖିବାକୁ ମନା କରିଦେଇଥିଲେ । ଫଳରେ 2 ଘଣ୍ଟା ଧରି ଖରାରେ କାର୍ଯ୍ୟାଳୟ ସମ୍ମୁଖରେ ଲୋକେ ବସି ରହିଥିଲେ । ପରେ ରାୟଗଡା ଜିଲ୍ଲାପାଳଙ୍କୁ ଫୋନ ଯୋଗେ ସମସ୍ୟା ସମ୍ପର୍କରେ ଅବଗତ କରିବାରୁ ଜିଲ୍ଲାପାଳ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କୌଣସି ଅଧିକାରୀଙ୍କୁ ଦେଖା ନ ପାଇ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ ଗ୍ରାମବସୀ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.