ETV Bharat / state

ଦିବ୍ୟାଙ୍ଗ ଅନାଥ ଅନୁଭବଙ୍କୁ ସାହା ହେଲା ରାୟଗଡା ଜିଲ୍ଲା ପ୍ରଶାସନ

author img

By

Published : Jul 31, 2019, 11:39 PM IST

ଡିଜାଇନ ଫଟୋ

ଦିବ୍ୟାଙ୍ଗ ଅନାଥ ଅନୁଭବଙ୍କୁ ସାହା ହେଲା ରାୟଗଡା ଜିଲ୍ଲା ପ୍ରଶାସନ । ନେଲା ସମସ୍ତ ଦାୟିତ୍ବ । ବିଷମକଟକ ବ୍ଲକ ଅନ୍ତର୍ଗତ କଣାପାଇ ପଞ୍ଚାୟତର କୁସୁମପଦର ଗାଁର ଦିବ୍ୟାଙ୍ଗ ନାବାଳକ ଅନୁଭବ କୁଲସିକା ।

ରାୟଗଡା: ଅରକ୍ଷିତକୁ ଦଇବ ସାହା । ଯାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ପିଲାବେଳୁ ବାପା ମା’ଙ୍କୁ ହରାଇ ଓଳିଏ ଖାଇ ଓଳିଏ ଉପାସ ରହି ସ୍କୁଲ ବାରଣ୍ଡାରେ ଶୋଉଥିବା ୧୧ ବର୍ଷର ଦିବ୍ୟାଙ୍ଗ ନାବାଳକର ଶେଷରେ ଥଇଥାନର ଦାୟିତ୍ବ ନେଇଛି ରାୟଗଡା ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବିଷମକଟକ ବ୍ଲକ ଅନ୍ତର୍ଗତ କଣାପାଇ ପଞ୍ଚାୟତର କୁସୁମପଦର ଗାଁର ଦିବ୍ୟାଙ୍ଗ ନାବାଳକ ଅନୁଭବ କୁଲସିକା । ବର୍ଷକର ହୋଇଥିବାବେଳେ ବାପା ଛେଉଣ୍ଡ ହୋଇଥିଲା ଅନୁଭବ । ହେଲେ ଦଇବ ସେତିକିରେ ସନ୍ତୁଷ୍ଟ ହୋଇନଥିଲା । ବାପା ଦୁନିଆ ଛାଡି ଚାଲିଯିବାର ବର୍ଷେ ପରେ ମା’ ଆରପାରିକୁ ଚାଲିଯାଇଥିଲା । ଅନାଥ ହୋଇଥିଲା ଅନୁଭବ ।

ସେବେଠୁ ବାପା ମା’ ଛେଉଣ୍ଡ ଅନୁଭବର ଦାୟିତ୍ବ ନେଇଥିଲେ ଗ୍ରାମବାସୀ । ପରେ ସେ ବଡ ହେବା ସହ 500 ଟଙ୍କା ଦିବ୍ୟାଙ୍ଗ ଭତ୍ତା ପାଉଥିଲା । ହେଲେ ଏହି ଟଙ୍କାକୁ ତାକୁ ଘରେ ରଖିବା ବାହାନାରେ ନେଇଯାଆନ୍ତି ଗାଁରେ ଥିବା ଦୂରସମ୍ପର୍କୀୟ ।

ତେବେ ଗାଁ ସ୍କୁଲରେ ପାଠପଢିବା ପରେ ସ୍କୁଲ ହିଁ ପାଲଟିଥିଲା ତାର ଘର । ମଧ୍ୟାହ୍ନ ଭୋଜନ ଖାଇ ରାତିରେ ଉପବାସରେ ରହି ସେହିଠାରେ ହିଁ ସେ ଶୋଇଯାଉଥିଲା । ଛୁଟି ଦିନରେ ଖାଡା ଉପବାସରେ ତାକୁ ବଞ୍ଚିବାକୁ ପଡୁଥିଲା । ଶେଷରେ 5ମ ଶ୍ରେଣୀରେ ପଢୁଥିବା ଅନୁଭବକୁ ଦଇବ ସାହା ହୋଇଛନ୍ତି ।

ଗାଁକୁ ଆସିଥିବା କିଛି ସ୍ବେଚ୍ଛାସେବୀ ସ୍କୁଲ ବାରଣ୍ଡାରେ ଅଖା ପାରି ଶୋଇଥିବା ଅବସ୍ଥାରେ ଅନୁଭବକୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ପରେ ଶିଶୁ ସୁରକ୍ଷା ବିଭାଗ ତାର ଦାୟିତ୍ବ ନେବା ସହ ସ୍ବାସ୍ଥ୍ୟ ପରୀକ୍ଷା କରି କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଥିବା ବନବାସୀ ସେବା ସମିତିରେ ରଖିବାକୁ ନିଷ୍ପତି ନେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:-ଅରଖିତକୁ ଦଇବ ସାହା । ଜାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ଜଣେ ପିଲା ବେଳରୁ ବାପାମାଙ୍କୁ ହରାଇଥିବା ଆଜନ୍ମ ବଧିର ଏବଂ ମୁକ ୧୧ ବର୍ଷର ବାଳକର ଥଇଥାନର ଦାୟୀତ୍ୱ ନେଲା ଜିଲ୍ଲା ପ୍ରଶାସନ । Body:ଏହେଲେ ଅନୁଭବ କୁଲସିକା ବୟସ ୧୧ । ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ କଣାପାଇ ପଚାଂୟତର କୁସୁମପଦର ଗାଁ ରହନ୍ତି ଅନୁଭବ । ଅନୁଭବକୁ ବର୍ଷେ ହୋଇଥିଲା ବେଳେ ବାପା ରାଜୁ କୁଲେସିକା ମାଁ ମାଲେ ହାତରେ ଟେକିଦେଇ ଆପାରକି ଚାଲିଯାଇଥିଲା । ହେଲେ ଦଇବ ଅନୁଭବଙ୍କ ପିଛା ଛାଡ଼ିନଥିଲା । ବର୍ଷେ ନପୁରୁଣୁ ଅନୁଭବ ପାଖରୁ ଛଡ଼ାଇ ନେଇଥିଲା ମାଁ ମାଲେ କୁଲସିକାଙ୍କୁ । ଅନାଥ ହୋଇଯାଇଥିଲେ ଅନୁଭବ । ସେବେଠୁ ବାପମା ଛେଉଣ୍ଡ ଅନୁଭବଙ୍କ ଦାୟୀତ୍ୱ ନେଇଥିଲେ କୁସୁମପଦର ବାସୀ । ଆଜନ୍ମ ମୁକ ଏବଂ ବଧିର ହୋଇଥିବାରୁ ସରକାରଙ୍କ ତରଫରୁ ୫୦୦ ଟଙ୍କା ସହାୟତା ମିଳିଛି । ହେଲେ ଏହି ଟଙ୍କା ମଧ୍ୟ ଗରେ ରହିବା ବାହାନାରେ ନେଇଯାଆନ୍ତି ଗାଁରେ ଥିବା ଦୁର ସମ୍ବର୍କିୟ । ଗାଁ ସ୍କୁଲରେ ପାଠ ପଢ଼ିବା ପାଇଁ ଯେଗ ଦେବାଠାରୁ ସେଇଟା ହିଁ ତାଙ୍କର ଘର ସାଜିଥିଲା । ଗୋଟିଏ ଓଳି ମଧ୍ୟାହ୍ନ ଭୋଜନ ଖାଇ ଆର ଓଳି ଓପାସରେ ସ୍କୁଲ ବାରଣ୍ଡାରେ ଶୋଇବା ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥିଲା ଅନୁଭବଙ୍କ କ୍ଷେତ୍ରରେ । ଯଦି ସ୍କୁଲ ଛୁଟିତ ସେଦିନ ଖାଇବା ବନ୍ଦ ହେଉଥିଲା ଅନୁଭବଙ୍କର ।
Byte- ବାଲି ଗଣେଷ (କୁସୁମପଦର ଗ୍ରାମବାସୀ)Conclusion:ଏପରିକି ସ୍କୁଲରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ କେବେ ମଧ୍ୟ ଅନୁଭବଙ୍କ ପରିସ୍ଥିତି ଜାଣିବାକ ଚେଷ୍ଟା କରିନଥିଲେ । ଗତ କାଲି ଜେକେ ଅଚଂଳର କିଛି ସମାଜସେବୀ ଗାଁକୁ ଯାଇଥିବା ବେଳେ ସ୍କୁଲ ବାରଣ୍ଡାରେ ଅଖା ପାରି ଶୋଇଥିବା ଅବସ୍ଥାରେ ଉଦ୍ଧାର କରି ଜିଲ୍ଲାପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ ଅନୁଭବଙ୍କୁ । ଏବେ ଅନୁଭବଙ୍କ ଦାୟୀତ୍ୱ ଶିଶୁ ସୁରକ୍ଷା ବିଭାଗ ଉପରେ । ତାର ସ୍ୱାସ୍ଥ୍ର ପରିକ୍ଷା ପରେ ଥଇଥାନ ପାଇଁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଥିବା ବନବାସୀ ସେବା ସମିତିରେ ରଖିବାକୁ ନିଷ୍ପତି ନେଇଛି ଶିଶୁ ସୁରକ୍ଷା ବିଭାଗ ।
Byte- ରମେଶ ନାୟକ ( ଶିଶୁ ସୁରକ୍ଷା ଅଧିକାରୀ )
Byte- ସୁଧାକର ଶବର ( ଅତିରିକ୍ତ ଜିଲ୍ଲାପାଳ , ରାୟଗଡ଼ା )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.