ETV Bharat / state

ମଧ୍ୟରାତ୍ରୀରୁ ପୂଜା ପାଇବେ ରାୟଗଡାର ପ୍ରସିଦ୍ଧ ଦକ୍ଷିଣ କାଳୀ

author img

By

Published : Nov 4, 2021, 10:48 PM IST

ମଧ୍ୟରାତ୍ରୀରୁ ପୂଜା ପାଇବେ ରାୟଗଡାର ପ୍ରସିଦ୍ଧ ଦକ୍ଷିଣ କାଳୀ
ମଧ୍ୟରାତ୍ରୀରୁ ପୂଜା ପାଇବେ ରାୟଗଡାର ପ୍ରସିଦ୍ଧ ଦକ୍ଷିଣ କାଳୀ

କାର୍ତ୍ତିକ ମାସ ଅମାବାସ୍ୟା ତିଥିକୁ ସନାତନ ଧର୍ମରେ ପବିତ୍ର ଦୀପାବଳୀ ଭାବରେ ପାଳନ କରାଯାଏ । ଏହି ପବିତ୍ର ଅମାବାସ୍ୟାରେ ଆଜି ମଧ୍ୟ ରାତିରୁ ପୂଜା ପାଇବେ କାଳୀଙ୍କ ମୁଣ୍ମୟୀ ମୂର୍ତ୍ତୀ । ଅଧିକ ପଢନ୍ତୁ...

ରାୟଗଡା: କାର୍ତ୍ତିକ ମାସ ଅମାବାସ୍ୟା ତିଥିକୁ ସନାତନ ଧର୍ମରେ ପବିତ୍ର ଦୀପାବଳି ଭାବରେ ପାଳନ କରାଯାଏ । ଏହି ଦିନ ଓଡିଶା ସମେତ ସାରା ଦେଶରେ ମା କାଳୀଙ୍କୁ ପୂଜା କରାଯାଇଥାଏ l ଏହି ପବିତ୍ର ଅମାବାସ୍ୟାରେ ଆଜି ମଧ୍ୟ ରାତିରୁ ପୂଜା ପାଇବେ କାଳୀଙ୍କ ମୁଣ୍ମୟୀ ମୂର୍ତ୍ତୀ । ଏହି ଅବସରରେ ଗୁରୁବାର ରାୟଗଡା ଗାନ୍ଧୀନଗରସ୍ଥିତ ମା ଦକ୍ଷିଣେଶ୍ୱରୀ କାଳୀଙ୍କ ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ମଧ୍ୟରାତ୍ରୀରୁ ପୂଜା ପାଇବେ ରାୟଗଡାର ପ୍ରସିଦ୍ଧ ଦକ୍ଷିଣ କାଳୀ

ପୂର୍ବାହ୍ନରେ ନାଗାବଳୀ ନଦୀରୁ ଗଙ୍ଗା ଆବାହନ ପରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମରୁ ବିଧି ଅନୁସାରେ ପୂଜା ଆରମ୍ଭ ହୋଇଛି । ମଧ୍ୟ ରାତିରେ କାଳୀଙ୍କ ମୁଣ୍ମୟୀ ମୂର୍ତ୍ତୀ ଉପରେ ପ୍ରାଣ ପ୍ରତିଷ୍ଠା କରାଯିବ । ତେବେ କୋଭିଡ ନିୟମ ମୁତାବକ ଭକ୍ତଙ୍କୁ ପୂଜା ମଣ୍ଡପ ବାରଣ କରାଯାଇଛି । ତେବେ ଆଜିର ଦିନରେ ଶ୍ରଦ୍ଧାଳୁମାନେ ମା'ଙ୍କୁ ଦର୍ଶନ କରି ସର୍ବ ଦୁଃଖ ନାଶ କରିବା ପାଇଁ ଗୁହାରି କରିଥାନ୍ତି । ପୂର୍ବରୁ ଜୋରଦାର ଭିଡ଼ ହେଉଥିଲେ ସୁଦ୍ଧା ପୂର୍ବ ବର୍ଷ ଓ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଭକ୍ତ ନିରାଶ ହୋଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.