ETV Bharat / state

ଲକଡାଉନ ପୂର୍ବରୁ ସତର୍କ କଲେ ରାୟଗଡା ଜିଲ୍ଲାପାଳ

author img

By

Published : May 2, 2021, 11:03 PM IST

colllector video msg on before lockdown
ଲକଡାଉନ ପୂର୍ବରୁ ସତର୍କ କଲେ ରାୟଗଡା ଜିଲ୍ଲାପାଳ

କୋରୋନା ଦ୍ୱିତୀୟ ଲହରୀ ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଛି । ଆସନ୍ତା ୫ ତାରିଖ ଠାରୁ ଜିଲ୍ଲାରେ ଲକଡାଉନ ହେବାକୁ ଯାଉଥିବା ବେଳେ କୌଣସି ପ୍ରକାର ବିବ୍ରତ ନ ହେବାପାଇଁ ଜିଲ୍ଲାପାଳ ଏକ ଭିଡିଓ ବର୍ତ୍ତା ମାଧ୍ୟମରେ ଜଣାଇଛନ୍ତି । ଅଧିକ ପଢନ୍ତୁ...

ରାୟଗଡା: କୋରୋନା ଦ୍ୱିତୀୟ ଲହର ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଛି । ଆକ୍ରାନ୍ତଙ୍କ ତାଲିକା ଦୈନିକ ବଢୁଥିବାବେଳେ ଅନୁରୂପ ମୃତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ଘଟୁଛି । ସଂକ୍ରମଣ ବେଗ ତୀବ୍ରତର ରହିଥିବାରୁ ପ୍ରତିଦନ ଶତକ ଡେଉଁଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଶନିବାର ଜିଲ୍ଲରେ ରେକର୍ଡ ୨୦୦ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ୧୫୪ ବ୍ୟକ୍ତି ପଜିଟଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି । ମୃତକ ମଧ୍ୟରୁ ଜଣେ ୭୧ ବର୍ଷିୟ ବୟସ୍କ ପୁରୁଷ । ସେ ଦୀର୍ଘଦିନ ହେଲା ମଧୁମେହ ଓ ଉଚ୍ଚରକ୍ତ ଚାପ ଜନୀତ ରୋଗାକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଥିବା କହୁଯାଇଛି । ସେହିପରି ଆଉ ଜଣେ ହେଲେ ୪୦ବର୍ଷିୟ ବୟସ୍କ ବ୍ୟକ୍ତି । ସେ କୋରୋନା ଯୋଗୁଁ ପ୍ରାଣହାରିଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଲକଡାଉନ ପୂର୍ବରୁ ସତର୍କ କଲେ ରାୟଗଡା ଜିଲ୍ଲାପାଳ

ରବିବାର ଆକ୍ରାନ୍ତଙ୍କ ମଧ୍ୟରୁ କାଶିପୁରରୁ ସର୍ବାଧିକ ୩୯ଜଣ, ରାୟଗଡା ସହରାଞ୍ଚଳରୁ ୩୪ଜଣ, ମୁନିଗୁଡାରୁ ୩୩, ଗୁଣୁପୁର ସହରାଞ୍ଚଳରୁ ୨୧, ରାୟଗଡା ଗ୍ରାମାଞ୍ଚଳରୁ ୧୧, ରାମ୍ନ।।ଗୁଡାରୁ ୬, କୋଲନରା, ଗୁଡାରୀ ଓ ଗୁଣୁପୁର ଗ୍ରାମାଞ୍ଚଳରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ତେବେ ଉପରୋକ୍ତ ଆକ୍ରାନ୍ତଙ୍କ ମିଶାଇ ୧୧୦୩ଜଣ ଜିଲ୍ଲାରେ ସକ୍ରିୟ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ମହାମାରୀ ଯୋଗୁଁ ମୋଟ ୫୯ଜଣଙ୍କ ପ୍ରାଣହାନୀ ହୋଇଥିବା ସ୍ଥଳେ ୯୨୬୮ଜଣ ମହାମାରୀକୁ ପରାସ୍ତ କରି ଆରୋଗ୍ୟ ହୋଇଛନ୍ତି ।

ତେବେ ଆସନ୍ତା ୫ ତାରିଖ ଠାରୁ ଜିଲ୍ଲାରେ ଲକଡାଉନ ହେବାକୁ ଯାଉଥିବା ବେଳେ କୌଣସି ପ୍ରକାର ବିବ୍ରତ ନ ହେବାପାଇଁ ଜିଲ୍ଲାପାଳ ଏକ ଭିଡିଓ ବର୍ତା ମାଧ୍ୟମରେ ଜଣାଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପାରିବା କିଣିବା ପାଇଁ ରାୟଗଡାବାସୀଙ୍କୁ ମହଲତ ଦିଆଯିବ । ଏଥିପାଇଁ ବଜାରରେ କୌଣସି ଭିଡ ନ ଜମାଇବା ପାଇଁ ସେ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.