ETV Bharat / state

ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ ଉଦଯାପିତ

author img

By

Published : Dec 4, 2022, 9:26 PM IST

ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ ଉଦଯାପିତ
ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ ଉଦଯାପିତ

ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ ଉଦଯାପିତ । ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ-୨୦୨୨’ ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

ରାୟଗଡା: ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ ଉଦଯାପିତ । ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ-୨୦୨୨’ ଉଦଯାପିତ ହୋଇଯାଇଛି । ରାୟଗଡାରେ ଏହି ଶିଶୁ ମହୋତ୍ସବ ଦୁଇ ଦିନ ଧରି ଜାରି ରହିଥିଲା । ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଓ ଲୋକଲୋଚନକୁ ଆଣିବ ଏହି “ସରଗିଫୁଲ ମହୋତ୍ସବ’ର ଲକ୍ଷ୍ୟ ବୋଲି କୁହାଯାଇଛି । କରୋନା ମହାମାରୀ ପାଇଁ ଧରି ଏହି ଶିଶୁ ମହୋତ୍ସବ ବନ୍ଦ ରହିଥିଲା । ତେବେ କରୋନା କଟକଣା କୋହଳ ହେବା ପରେ ପୁଣି ଥରେ ଦୁଲୁକିଥିଲା ରାୟଗଡାର ‘ସରଗିଫୁଲ’ ମଞ୍ଚ ।

ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ ଉଦଯାପିତ

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ରାୟଗଡାର ଶିରିଗୁଡାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ‘ସରଗିଫୁଲ-୨୦୨୨’ ଅନୁଷ୍ଠିତ ହୋଇଥିଲା । ୨ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଏହି ଶିଶୁ ମହୋତ୍ସବରେ ସରଗିଫୁଲ ମଞ୍ଚ ବେଶ୍ ଦୁଲୁକିଉଠିଥିଲା । ଏହି ମହୋତ୍ସବର ଉଦଘାଟନୀ ସମାରୋହରେ ଜିଲ୍ଳାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଜିଲ୍ଲା କଲ୍ୟାଣ ବିଭାଗର ୩୭ଗୋଟି ବିଭିନ୍ନ ସ୍କୁଲର ୬୭ଗୋଟି ହଷ୍ଟେଲଗୁଡିକ ଆଇଏସଓ ମାନ୍ୟତା ପାଇଥିବାରୁ ସ୍କୁଲ ପ୍ରଧାନ ଶିକ୍ଷକମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସରଗିଫୁଲକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓ ସିଡିର ଉନ୍ମୋଚନ କରିଥିଲେ ମୁଖ୍ୟ ଅତିଥି ଜିଲ୍ଲାପାଳ ସ୍ବଧାଦେବ ସିଂ । ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଗୁଣପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଲୋକନାଥ ଦଳବେହେରା ଓ ରାୟଗଡା ପ୍ରକଳ୍ପ ପ୍ରଶାସକ ପଦ୍ମଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଅନୁଷ୍ଠିତ ମହୋତ୍ସବର ପ୍ରଥମ ଦିନରେ ଜିଲ୍ଳାସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗ ଅଧୀନସ୍ଥ ୧୪୮ ଗୋଟି ବିଦ୍ୟାଳୟର ୧୬୨୪ ଜଣ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ୪୬ଜଣ ଛାତ୍ରଛାତ୍ରୀ ଓ ଭଲିବଲ ପ୍ରତିଯୋଗିତାରେ ୨୭ ଗୋଟି ଟିମ୍ ଭାଗ ନେଇଥିଲେ । ଜିଲ୍ଳାସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ଆସନ୍ତା ଡିସେମ୍ବର ୨୨ ଓ ୨୩ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.