ETV Bharat / state

ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

author img

By

Published : Aug 21, 2020, 5:05 PM IST

ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ
ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ରାୟଗଡା ବାଇକ ଓ ବୋଲେରେ ମୁହାଁମୁହିଁ ଧକ୍କା , ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଛି । ଅଧିକ ପଢନ୍ତୁ...

ରାୟଗଡା: ବାଇକ ଓ ବୋଲେରେ ମୁହାଁମୁହିଁ ଧକ୍କା , ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ମାଲକାନଗିରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବୋଲେରୋ (ଓଡି୩୦ ୩୩୩୩)ନମ୍ବର ସହ ରାୟଗଡା ଠାରୁ ଟିକିରି ଯାଉଥିବା (ଓଡି୧୮ଏ ୫୬୫୫) ବାଇକ ଜପାଖାଲ ଗ୍ରାମ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ବାଇକ ଚାଳକ ନବୀନ ବର୍ମା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରାୟଗଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚ ମୃତ ଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଛି । ମାଲକାନଗିରିରୁ ବୋଲେରୋରେ ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ବର ଅଧିକ ଚିକିତ୍ସା ପାଇଁ ନେଉଥିବା ଜଣାପଡିଛି । ଏହା ପରେ ଏକ ଆମ୍ବୁଲାନ୍ସ ଯୋଗେ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ବର ପଠାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.