ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବିରୁଦ୍ଧରେ ବିଜେପିର ପ୍ରତିବାଦ

author img

By

Published : Jul 9, 2021, 8:21 AM IST

bjp strike in raygada
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବିଜେପିର ପ୍ରତିବାଦ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବିଜେପିର ପ୍ରତିବାଦ । ମୁନିସିପାଲଟି ଘେରିଲା ଦଳ । ଅଧିକ ପଢନ୍ତୁ...

ରାୟଗଡା: ବଟବଣା ସରକାରୀ ଯୋଜନା । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ଘର । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିକଟରେ ଆବଣ୍ଟିତ 8ଲକ୍ଷ 17ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଥିବା ବେଳେ ରାୟଗଡା ଜିଲ୍ଲାର ଜଣେ ହେଲେବି ହିତାଧିକାରୀଙ୍କୁ ଗୋଟିଏ ମଧ୍ୟ ଘର ମିଳିନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିକୁ ବିରୋଧ କରି ବିଜେପି କର୍ମକାର୍ତ୍ତାଙ୍କ ଦ୍ବାରା ରାୟଗଡା ବ୍ଲକ ଓ ପୌରପରିଷଦ ଘେରାଓ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବିଜେପିର ପ୍ରତିବାଦ

ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ବିଜେପି ମହିଳା ଓ ପୁରୁଷ କର୍ମକର୍ତ୍ତା ବ୍ଲକ ଓ ପୌରପରିଷଦ ଘେରାଓ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନ ଜିଲ୍ଲାର ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଆଦିବାସୀ ଉପସଭାପତି କାଳିରାମ ମାଝି, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ନଗର ସଭାପତି ଶ୍ୟାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.