ETV Bharat / state

OSSCରେ ଦୁର୍ନୀତି, ରାୟଗଡାରେ ବିଜେପି କଲା ବିକ୍ଷୋଭ

author img

By

Published : Aug 5, 2021, 7:42 AM IST

ଓଏସଏସସିରେ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ
ଓଏସଏସସିରେ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ

ଓଏସଏସସିରେ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ପ୍ରସଙ୍ଗ । ରାୟଗଡାରେ ବିଜେପି ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ...

ରାୟଗଡା: ଓଏସଏସସିରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଓ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିସ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକ ଠାରେ ଓଡିଶା ଷ୍ଟାପ ସିଲକସେନ୍ କମିଶନ (ଓଏସଏସସି)ରେ ଚାକିରି ବିକ୍ରି ଅନିୟମିତତା ଓ ଦୁର୍ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଓଏସଏସସିରେ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ

ଏହି ଚାକିରି ବିକ୍ରି କାର୍ଯ୍ୟ ତୃତୀୟ ଫ୍ଲୋରର ନିର୍ଦ୍ଦେଶ ମୁତାବକ ହୋଇଥିବା ବେଳେ ସମ୍ପୃକ୍ତ ଷ୍ଟାଫ ସିଲେକ୍ସନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ହାତ ରହିଛି । ଏପରି ସ୍ଥଳେ କେବଳ ତଳତଳିଆ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବଡ଼ବଡ଼ିଆଙ୍କୁ ଛାଡି ଦିଆଯାଉଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏଥିରେ ସଂଶ୍ଲିଷ୍ଟ ଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଭାରତୀୟ ଯୁବ ଜନତା ଦଳର ଅନ୍ୟ ପ୍ରମୁଖ କର୍ମୀମାନେ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.