ETV Bharat / state

ବିଦ୍ୟୁତ୍‌ ବିଚ୍ଛିନ୍ନ ପ୍ରତିବାଦ, ବିଭାଗୀୟ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା ଯୁବ ବିକାଶ ପରିଷଦ

author img

By

Published : Mar 24, 2021, 7:47 AM IST

bikash parisad  gave a memorandum to the supervising engineer in raygada
ବିଦ୍ୟୁତ ବିଚ୍ଛିନ୍ନ ପ୍ରତିବାଦ,ବିଭାଗୀୟ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା ଯୁବ ବିକାଶ ପରିଷଦ

ବିଦ୍ୟୁତ ବିଚ୍ଛିନ୍ନ ପ୍ରତିବାଦରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲାଯୁବ ବିକାଶ ପରିଷଦ । ଟାଟା ପାୱାର କମ୍ପାନୀ ନିଷ୍ପତ୍ତିକୁ କଲା ନିନ୍ଦା । ଅଧିକ ପଢନ୍ତୁ...

ରାୟଗଡା: ବିଦ୍ୟୁତ ବିଚ୍ଛିନ୍ନ ପ୍ରତିବାଦରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା ଯୁବ ବିକାଶ ପରିଷଦ । ଟାଟା ପାୱାର କମ୍ପାନୀ ପକ୍ଷରୁ ୫୦୦ ଟଙ୍କାରୁ ଅଧିକ ବିଦ୍ୟୁତ ବିଲ୍ ବାକିଥିବା ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ଘୋଷଣା ପରେ ଏହାକୁ ବିରୋଧ କରିଛି ରାୟଗଡ଼ା ଯୁବ ବିକାଶ ପରିଷଦ। ଏନେଇ ପରିଷଦ ପକ୍ଷରୁ ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କୋରୋନା ସମୟରେ ବହୁ ଗରିବ ପରିବାର ସେମାନଙ୍କର ଜୀବିକା ହରାଇଥିବାରୁ ଆଉ କିଛି ଦିନ ସମୟ ଦେଇ ପର୍ଯ୍ୟାୟ କ୍ରମେ ବକେୟା ବିଲ ଆଦାୟ କରିବାକୁ ପରିଷଦ ପରାମର୍ଶ ଦେଇଛନ୍ତି।

ବିଦ୍ୟୁତ ବିଚ୍ଛିନ୍ନ ପ୍ରତିବାଦ,ବିଭାଗୀୟ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା ଯୁବ ବିକାଶ ପରିଷଦ

ନଚେତ ଆଗାମୀ ଦିନରେ କମ୍ପାନୀର କାର୍ଯ୍ୟାଳୟ ସହିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ପରିଷଦ ସଭାପତି ଶିବାଜୀ ଦାଶ ଚେତାବନୀ ଦେଇଛନ୍ତି। ପରିଷଦର ସଭାପତିଙ୍କ କହିବା ମୁତାବକ, ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଟାଟା ପାୱାରର ଏପରି ନିଷ୍ପତ୍ତି ସଂପୂର୍ଣ୍ଣ ଅମାନବୀୟ । ସହରର ୯୦ ପ୍ରତିଶତରୁ ଅଧିକ ଗ୍ରାହକଙ୍କ ବିଦ୍ୟୁତ ବିଲ ୫୦୦ରୁ ଅଧିକ ଟଙ୍କା ଆସୁଥିବା ବେଳେ ଗ୍ରାହକଙ୍କ ପ୍ରତି ଏଭଳି ଅମାନବୀୟ ମନୋବୃତ୍ତି କାହିଁକି ପ୍ରଦର୍ଶନ କରୁଛି। ମହାମାରୀ ଯୋଗୁଁ ରାୟଗଡ଼ା ସହରର ବହୁ ଗରିବ ଜନସାଧାରଣ ପ୍ରଭାବିତ ହୋଇଥିଲେ। ବର୍ତମାନ ସ୍ଥିତିରେ ସୁଧାର ଆସୁଥିବା ବେଳେ ବିଦ୍ୟୁତ ବକେୟା ଆଦାୟ ପାଇଁ କମ୍ପାନୀର କଠୋର ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଯୁବ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.