ETV Bharat / state

ରାୟଗଡାରେ ନାବାଳିକା ବିବାହ ରୋକିବା ପ୍ରଶାସନ

author img

By

Published : Jul 11, 2020, 1:58 PM IST

ରାୟଗଡାରେ ବାଲ୍ୟ ବିବାହ ରୋକିଲା ପ୍ରଶାସନ
ରାୟଗଡାରେ ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଜିଲ୍ଲାର ଗୁରୁରାଜଗୁଡା ଗ୍ରାମରେ ନାବାଳିକା ବିବାହ ଚାଲିଥିବାବେଳେ, ଏହାକୁ ରୋକିଲା ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ଝିଅକୁ 15 ବର୍ଷ ହୋଇଥିବାବେଳେ, 18 ବର୍ଷ ପରେ ବାହାଘର କରିବାକୁ ଦିଆଗଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ରାୟଗଡା: ରାୟଗଡା ବ୍ଲକ ବୈରାଗୀହାଲୁଆ ପଞ୍ଚାୟତର ଗୁରୁରାଜଗୁଡା ଗ୍ରାମରେ ଏକ ନାବାଳିକା ବିବାହ ଚାଲିଥିବାବେଳେ, ଏହାକୁ ରୋକିଛି ପ୍ରଶାସନ। ଜଣେ ୧୫ ବର୍ଷର ନାବାଳିକାକୁ ଉଦ୍ଧାର କରି ନିଜ ଘରେ ଛାଡିବା ସହ, ସୋମବାର ସିଡବ୍ଲ୍ୟୁସି ନିକଟରେ ହାଜର କରିବାକୁ ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ୱାର୍ଡମେମ୍ବର, ଚାଇଲ୍ଡଲାଇନ ସଦସ୍ୟକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ହାଟଶେଷଖାଲ ପଞ୍ଚାୟତ ଲୁମ୍ବେସୁ ଗ୍ରାମର ୧୫ ବର୍ଷୀୟ ନାବାଳିକା ସହ ଗୁରୁରାଜୁଗୁଡା ଗ୍ରାମର ୨୦ ବର୍ଷୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିଛି ଦିନ ପୂର୍ବେ ଯୁବତୀ ନିଜ ଘର ଛାଡ଼ି ଯୁବକଙ୍କ ଘରକୁ ପଳାଇ ଯାଇଥିଲେ । ପରିବାର ଓ ଗ୍ରାମବାସୀଙ୍କ ବୁଝାସୁଝା ପରେ ମଧ୍ୟ ଯୁବତୀ ଜଣଙ୍କ ଘରକୁ ଫେରିନଥିଲେ ।

ଏହାପରେ ଗ୍ରାମବାସୀଙ୍କ ଅଭିଯୋଗ ପାଇ ରାୟଗଡ଼ା ସିଡିପିଓ ମୀନାକ୍ଷୀ ଦାଶ, ଚାଇଲଡଲାଇନର ବିଜୟକେତନ ସାହୁ, ସୁଶୀଲ କୁମାର ପଲେଇ, କାଉନସିଲର ପି. ପୂର୍ଣ୍ଣମାସୀ ଶନିବାର ଗୁରୁରାଜଗୁଡା ଗ୍ରାମରେ ପହଞ୍ଚିଥିଲେ। ଯୁବକ-ଯୁବତୀଙ୍କୁ ଡକାଯାଇ ବୁଝାସୁଝା କରିବା ପରେ ପରିବାର ଲୋକଙ୍କ ପରାମର୍ଶକ୍ରମେ ଯୁବତୀଙ୍କୁ ନିଜ ଘରେ ଛଡ଼ା ଯାଇଛି । ଯୁବତୀଙ୍କୁ ୧୮ ବର୍ଷ ହେବା ପରେ ଉକ୍ତ ବିବାହ ପାଇଁ ସ୍ଥିର ହୋଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.