ETV Bharat / state

ବାଲ୍ୟ ବିବାହରେ ରାୟଗଡା ରାଜ୍ୟରେ ପଞ୍ଚମ

author img

By

Published : Jan 7, 2021, 4:03 PM IST

ବାଲ୍ୟ ବିବାହରେ ରାୟଗଡା ରାଜ୍ୟରେ ପଞ୍ଚମ
ବାଲ୍ୟ ବିବାହରେ ରାୟଗଡା ରାଜ୍ୟରେ ପଞ୍ଚମ

ସାରା ରାଜ୍ୟରେ ବାଲ୍ୟ ବିବାହ ଏକ ସମସ୍ୟା ହୋଇ ଠିଆ ହୋଇଛି । ଏହାକୁ ରୋକିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମଠୁ ଆରମ୍ଭ କରି ନୀତି ନିୟମ ପ୍ରଣୟନ ହେଲେ ବି ସ୍ଥିତି ସୁଧୁରିନି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଜିଲ୍ଲାରେ 34.4 ପ୍ରତିଶତ ବାଲ୍ୟ ବିବାହ ହେଉଛି । ରାଜ୍ୟରେ ରାୟଗଡା ଜିଲ୍ଲା ବାଲ୍ୟ ବିବାହରେ 5ମ ସ୍ଥାନରେ ରହିଛି । ବିଶେଷ ଭାବେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ଦିନକୁ ଦିନ ବଢି ଚାଲିଛି । ଯାହା ରୋକିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପଡିଛି ।

ରାୟଗଡା: ସାରା ରାଜ୍ୟରେ ବାଲ୍ୟ ବିବାହ ଏକ ସମସ୍ୟା ହୋଇ ଠିଆ ହୋଇଛି । ଏହାକୁ ରୋକିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମଠୁ ଆରମ୍ଭ କରି ନୀତି ନିୟମ ପ୍ରଣୟନ ହେଲେ ବି ସ୍ଥିତି ସୁଧୁରିନି । ଜୀବନ କଣ ବୁଝିବା ଆଗରୁ କଅଁଳ ବେଡିରେ ହାତ ଗଣ୍ଠି ପଡୁଛି । ଆଉ ଦାଉରେ ଲାଗୁଛି କଅଁଳ ନିଷ୍ପାପ ଶିଶୁଙ୍କ ଜୀବନ । ଆଉ ରାୟଗଡା ଜିଲ୍ଲାରେ ଏହି ସ୍ଥିତି ଏବେ ଚିନ୍ତାଜନକ ହୋଇପଡିଛି । ଏବେବି ଜିଲ୍ଲାରେ ଭରି ରହିଛି ଅନ୍ଧ ବିଶ୍ବାସ ସାଙ୍ଗକୁ କୁସଂସ୍କାର । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଜିଲ୍ଲାରେ 34.4 ପ୍ରତିଶତ ବାଲ୍ୟ ବିବାହ ହେଉଛି । ରାଜ୍ୟରେ ରାୟଗଡା ଜିଲ୍ଲା ବାଲ୍ୟ ବିବାହରେ 5ମ ସ୍ଥାନରେ ରହିଛି । ବିଶେଷ ଭାବେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ଦିନକୁ ଦିନ ବଢି ଚାଲିଛି । ଯାହା ରୋକିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପଡିଛି ।

ବାଲ୍ୟ ବିବାହରେ ରାୟଗଡା ରାଜ୍ୟରେ ପଞ୍ଚମ

ସଚେତନତାର ଦ୍ବାର ମୁଳେ କଣ୍ଟା ହୋଇ ଠିଆ ହୋଇଛି କନ୍ୟା ଝିକା, ଉଦୁଲିଆ ଭଳି ପ୍ରଥା । 16 ବର୍ଷ ପୂର୍ବରୁ ଡ଼ଙ୍ଗରିଆ , କୂଟିଆ , କୁଇ, କନ୍ଧ ସମ୍ପ୍ରଦାୟର ଝିଅମାନେ ଘର ସଂସାରରେ ବାନ୍ଧି ହୋଇ ପଡୁଛନ୍ତି । ଆଉ ସାରା ଜୀବନ ପରିବାର ବୋଝରେ ଚାପି ହୋଇପଡୁଛନ୍ତି ।

ଅନ୍ୟ ଜିଲ୍ଲା ଭଳି ଏଠି ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଵେଛାସେବୀ ଅନୁଷ୍ଠାନ କାମ କରୁଛନ୍ତି । ପୂର୍ବରୁ ରାଜ୍ୟରେ ରାୟଗଡା ପ୍ରଥମ ସ୍ଥାନରେ ରହିଥିବାବେଳେ ଏବେ 5ମକୁ ଖସିଛି ସତ ହେଲେ ଏବେ ବି ଜାରି ରହିଛି ବାଲ୍ୟ ବିବାହ । ସରକାରୀ ରିପୋର୍ଟ ମୁତବକ ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ୭୪ଟି ବାଲ୍ୟ ବିବାହକୁ ଜିଲ୍ଲା ପ୍ରଶାସନ ଅଟକଇବାରେ ସଫଳ ହୋଇପଡ଼ିଛି । ଏଥି ମଧ୍ୟରୁ କେବଳ ୫ଟି ବାହାଘର ଉଭୟ ପରିବାର ସହମତିରେ ହୋଇଥିବାବେଳେ ବାକି ୬୯ଟି ବାହାଘର ପୁଅ ଝିଅଙ୍କ ପସନ୍ଦରେ ପ୍ରେମ ଜନିତ ହୋଇଥିଲା । ଏପରି ସ୍ଥଳେ ଜିଲ୍ଲାରେ କିଶୋର କିଶୋରୀଙ୍କ ପାଇଁ ସ୍ଵାବଲମ୍ବୀ ସାଙ୍ଗକୁ ଶିକ୍ଷାର ମାନବୃଦ୍ଧି ପାଇଁ ଯୋଜନା କରାଗଲେ ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ ରୋକା ଯାଇପାରିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.