ETV Bharat / state

କୁନି ହାତରେ ନନ୍ଦିଘୋଷ, କାଳିଆ ପ୍ରେମରେ ବନ୍ଧା ଦେବାଶିଷ

author img

By

Published : Jul 21, 2021, 10:54 PM IST

କୁନି ହାତରେ ନନ୍ଦିଘୋଷ, କାଳିଆ ପ୍ରେମରେ ବନ୍ଧା ଦେବାଶିଷ
କୁନି ହାତରେ ନନ୍ଦିଘୋଷ, କାଳିଆ ପ୍ରେମରେ ବନ୍ଧା ଦେବାଶିଷ

କାଳିଆ ପ୍ରେମରେ ବନ୍ଧା ବିଶ୍ବବାସୀ । କୋରୋନା ମହାମାରୀ ସମୟରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ କାଳିଆ ପ୍ରେମରୁ ବର୍ତ୍ି ପାରି ନାହାନ୍ତି ନବମ ଶ୍ରେଣୀର ଛାତ୍ର ଦେବାଶିଷ । ଅଧିକ ପଢନ୍ତୁ...

ରାୟଗଡା: କାଳିଆ ପ୍ରେମରେ ବନ୍ଧା କୁନି ଭକ୍ତ ଟିଏ । କୋରୋନା ଭୟରେ ରଥ ଯାତ୍ରାକୁ ବାରଣ କରିଛନ୍ତି ରାଜ୍ୟ ସରକାର । ହେଲେ ସତେ ଯେମିତି ଲାଗୁଛି କୁନି ଭକ୍ତଟି ପାଖରେ ବନ୍ଧା ପଡି଼ଛନ୍ତି କାଳିଆ ସାଆନ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସଦର ମହକୁମା ବ୍ରାହ୍ମଣ ସାହିରେ । ଏ ହେଉଛନ୍ତି ରାୟଗଡା ବ୍ରାହ୍ମଣ ସାହିରେ ରହୁଥିବା ନବମ ଶ୍ରେଣୀର ଛାତ୍ର ଦେବାଶିଷ ଦାଶ । ମନରେ ତାଙ୍କର କାଳିଆ ପ୍ରତି ଅଗାଢ ପ୍ରେମ ।

କୁନି ହାତରେ ନନ୍ଦିଘୋଷ, କାଳିଆ ପ୍ରେମରେ ବନ୍ଧା ଦେବାଶିଷ

କୋଭିଡ କଟକଣା ଯୋଗୁଁ ପୁରୀକୁ ଛାଡିଲେ ଆଉ ରାଜ୍ୟର କେଉଁଠି ଗଡିଲାନି କାଳିଆଙ୍କ ରଥ । ଏଭଳି ଚିନ୍ତା ଦେବାଶିଷଙ୍କୁ ବିଚଳିତ କରିଥିଲା । ଫଳରେ ସେ ଗତ ବର୍ଷ ଠାରୁ ଚିନ୍ତା କରିଛନ୍ତି କୁନି ରଥଟିଏ କରିବେ ଓ ସେଥିରେ କାଳିଆ ସାଆନ୍ତେ ଯାତ୍ରା କରିବେ । ଏପରିକି ପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଠାରୁ ଆରମ୍ଭ କରି ଅଣସର ନୀତି ପର୍ଯ୍ୟନ୍ତ ଟିଭିରେ ପ୍ରସାରିତ ହେଉଥିବା ନୀତି ଗୁଡିକର ଖବର ଦେଖି ନିୟମ ଅନୁଯାୟୀ ସେ ପାଳନ କରିଛନ୍ତି ରଥଯାତ୍ରା ।

ତେବେ ଚଳିତ ବର୍ଷ ରଥଟିଏ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଯାତ୍ରା କରିବା ପାଇଁ ମନସ୍ଥ କରିଥିଲେ ଦେବାଶିଷ । ଏହି ରଥ ନିର୍ମାଣ କରିବାକୁ ତାଙ୍କୁ ଲାଗିଥାଏ 2 ମାସ ସମୟ ଲାଗିଥିଲା । ନନ୍ଦିଘୋଷ ରଥର କାଠ ସଂଖ୍ୟା ଠାରୁ ଆରମ୍ଭ କରି ଯେଉଁ ସମୟରେ ଯାହା ନିର୍ମାଣ ହେବାର ବିଧି ରହିଛି ତାହାକୁ ସେ ପାଳନ କରିଛନ୍ତି ।

ଏପରିକି ରଥର ଚର୍ତୁପାର୍ଶ୍ୱରେ ସ୍ଥାପନ ହୋଇଛନ୍ତି ପାର୍ଶ୍ଵ ଦେବାଦେବୀ, ଗରୁଡ଼, 16 ଚକ ସାଙ୍ଗକୁ ଧଳା ଘୋଡା କଳା ଘୋଡା ଭଳି ସାମଞ୍ଜସ୍ୟ ରହିଛି ଏହି କୁନି ରଥରେ । ପ୍ରଭୁ ଯେମିତି ଅଣସର ଘରୁ ବାହାରି ଜନ୍ମବେଦୀକୁ ଯାଆନ୍ତି ଏବଂ ନଅ ଦିନ ପରେ ଫେରିବେ ଶ୍ରୀ ମନ୍ଦିରକୁ ସେହିଭଳି କୋରୋନା କଟକଣା ମଧ୍ୟରେ ପାଳନ କରି କାଳିଆଙ୍କ କୃପା ଲାଭ କରିବାକୁ ଆଶା ବାନ୍ଧିଛନ୍ତି ଦେବାଶିଷ ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.