ETV Bharat / state

ରାୟଗଡାରେ ବାତ୍ୟା ‘ଗୁଲାବ‘ର ପ୍ରଭାବ, 15 ପରିବାର କ୍ଷତିଗ୍ରସ୍ତ

author img

By

Published : Sep 27, 2021, 10:04 PM IST

ରାୟଗଡାରେ ବାତ୍ୟା ‘ଗୁଲାବ‘ର ପ୍ରଭାବ, 15ଟି ପରିବାର କ୍ଷତିଗ୍ରସ୍ତ
ରାୟଗଡାରେ ବାତ୍ୟା ‘ଗୁଲାବ‘ର ପ୍ରଭାବ, 15ଟି ପରିବାର କ୍ଷତିଗ୍ରସ୍ତ

ରାୟଗଡାରେ ବାତ୍ୟା ଗୁଲାବର ପ୍ରଭାବ। ବିଶେଷ କ୍ଷୟକ୍ଷତିର ସୂଚନା ନାହିଁ । 15 ପରିବାର ପ୍ରଭାବିତ। ପ୍ରାଥମିକ ସହାୟତା ଯୋଗାଇଦେଇଛି ଜିଲ୍ଲା ପ୍ରଶାସନ । ଏବେ ବି ଜିଲ୍ଲାରେ ସକ୍ରିୟ ରହିଛନ୍ତି ଉଦ୍ଧାରକାରୀ ଦଳ । ଅଧିକ ପଢନ୍ତୁ...

ରାୟଗଡା: ଚାଲିଯାଇଛି ବାତ୍ୟା ‘ଗୁଲାବ’ ଛାଡିଯାଇଛି ଚିହ୍ନ । ଜିଲ୍ଲାର କିଛି ସ୍ଥାନରେ ଗଛ ଭାଙ୍ଗିଥିବାବେଳେ କିଛି ସ୍ଥାନରେ ଘର ମଧ୍ୟ ଭାଙ୍ଗିଛି। କିନ୍ତୁ ଆଶଙ୍କା କରାଯାଉଥିବା ପରି ବ୍ୟାପକ କ୍ଷୟକ୍ଷତି ହୋଇନାହିଁ। ବାତ୍ୟା ପ୍ରଭାବରେ ରାୟଗଡ଼ାରେ ଆଜି ସକାଳ ଠାରୁ ଝିପିଝିପି ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲାର ଅନେକ ଅଞ୍ଚଳରେ ସାମାନ୍ୟ କ୍ଷୟକ୍ଷତି ଘଟିଥିବାବେଳେ ଓଡିଶା ଆନ୍ଧ୍ର ସୀମାନ୍ତରେ ତାଣ୍ଡବ ରଚିଛି ବାତ୍ୟା ।

ରାୟଗଡାରେ ବାତ୍ୟା ‘ଗୁଲାବ‘ର ପ୍ରଭାବ, 15ଟି ପରିବାର କ୍ଷତିଗ୍ରସ୍ତ

ଗୁଣପୁର ବ୍ଲକ ମରମା ପଞ୍ଚାୟତର ମାଙ୍ଗଲୁଗୁଡା ଗ୍ରାମରେ ୧୫ଟି ପରିବାରର ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗି ପଡିଛି । ଗ୍ରାମରେ ଥିବା ବିଦ୍ୟୁତ ଖୁଣ୍ଟ ସହ ଘରର ଛପର, ଟିଣ ଉଡିଯାଇଛି । ଘଟଣାସ୍ଥଳରେ ବ୍ଲକ ପ୍ରଶାସନ ଓ ରାଜସ୍ୱ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରି ଲୋକଙ୍କୁ ପଲିଥିନ ପ୍ରଦାନ କରିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ହୋଇଥିବା 10ଟି ପରିବାର ଲୋକଙ୍କୁ ଗମୁ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଥିବାବେଳେ ଆସନ୍ତା 5 ଦିନ ମଧ୍ୟରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋଟ୍ ଦାଖଲ କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ତହସିଲଦାରମାନଙ୍କୁ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ NDRFର 4ଟି ଦଳ ଓ 6ଟି ODRAF ଟିମ ରହିଛନ୍ତି । ଏମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଏଯାଏ ଡେରା ପକାଇଛନ୍ତି । ତେବେ ଲଗାଣ ଝିପିଝିପି ବର୍ଷା ଯୋଗୁଁ ଜିଲ୍ଲାରେ ଭୁସ୍ଖଳନ ଆଶଙ୍କା କରାଯାଉଥିବାବେଳେ ସେପରି କିଛି ଅଘଟଣ ଘଟି ନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.