ETV Bharat / state

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

author img

By

Published : Sep 11, 2022, 7:52 AM IST

ପୋଖୋରୀରୁ ସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର
ପୋଖୋରୀରୁ ସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ବାଲିଗୁଆଳି ନିକଟରେ ଥିବା ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ପୁରୀ: ଜିଲ୍ଲାରେ ଅଭାବନୀୟ ଘଟଣା । ପୋଖରୀରେ ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ବାଲିଗୁଆଳି ନିକଟରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ପୁରୀ ସଦର ଥାନା ଗୋପାଳପୁର ଅଞ୍ଚଳର ଦାମ ଭୋଇ ।

ଏହା ମଧ୍ୟ ପଢନ୍ତୁ: ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୋଖୋରୀରୁ ସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର

ସୂଚନାଅନୁସାରେ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ବାଲିଗୁଆଳି ନିକଟରେ ଥିବା ଏକ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପେଣ୍ଠକଟା ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ପୁରୀ ସଦର ଥାନା ଗୋପାଳପୁର ଅଞ୍ଚଳର ଦାମ ଭୋଇ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ କିଭଳି ଭାବେ ଦାମଙ୍କ ମୃତ୍ୟୁ ହେଲା ଏବଂ ସେ କିଭଳି ଉକ୍ତ ସ୍ଥାନକୁ ଗଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତଦନ୍ତ ପରେ ହିଁ ପ୍ରକୃତ କରାଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦାମ ଭୋଇଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଗତ ୨୯ ତାରିଖ ଦିନ କୁମ୍ଭାରପଡା ଦାନୀ ବନ୍ଦ ପୋଖରୀରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଖରୀ ଭିତରୁ ଉଦ୍ଧାର ହୋଇଥିବା ମୃତ ଯୁବକ ଜଣକ ହେଲେ ଦାନୀବନ୍ଦ ଅଞ୍ଚଳ ଏମଡି ବଣ୍ଟି । ମୃତଦେହ ଉଦ୍ଧାର କରିବା ପରେ ଟାଉନଥାନା ପୋଲିସ ଘଟଣାର ଛାନଭିନ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ ସକାଳୁ ପୋଖରୀରେ ଏମଡି ବଣ୍ଟିଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଙ୍କ ଶରୀରେ କ୍ଷତ ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ପୋଲିସ ଏନେଇ କିଛି ପ୍ରତିକ୍ରିୟା ଦେଇନଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.