ETV Bharat / state

ସେକ୍ସ ରାକେଟ ଠାବ: 3 ଯୁବକ ଗିରଫ

author img

By

Published : Nov 7, 2020, 5:56 PM IST

ସେକ୍ସ ରାକେଟ ଠାବ
ସେକ୍ସ ରାକେଟ ଠାବ

ଏକ ହୋଟେଲରେ ଚଢ଼ାଉ କରି ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁରୀ ବଳିଆପଣ୍ଡା ଥାନା ପୋଲିସ । ଅଧିକ ପଢନ୍ତୁ...

ପୁରୀ: ପୁଣି ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କଲା ପୁରୀ ବଳିଆପଣ୍ଡା ଥାନା ପୋଲିସ । ଏକ ହୋଟେଲରେ ଚଢ଼ାଉ କରି ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଶୁକ୍ରବାର ସନ୍ଧ୍ୟାରେ ବଳିଆପଣ୍ଡା ଥାନା ପୋଲିସ ଏକ ହୋଟେଲର ୩ଟି ରୁମରେ ଚଢ଼ାଉ କରିଥିଲେ। ଗୋଟିଏ କୋଠରୀରେ ୪ ଜଣ ଯୁବତୀ ଥିବାବେଳେ ଅନ୍ୟ ଦୁଇ କୋଠରୀରେ ୨ ଯୋଡି ଯୁବକ ଓ ଯୁବତୀ ଥିଲେ। ଚଢାଉ ବେଳେ ପୋଲିସ ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଉଛନ୍ତି ପୁରୀ ନିମାପଡାର ଶୁଭନ୍ବେଷ ସ୍ବାଇଁ, ଏରସମାର ଦେବୀ ପ୍ରସାଦ ମାଝୀ ଓ କୋଲକତାର ସପନ ଦତ୍ତ। ଏଥିସହ ୫ ଜଣ ବଙ୍ଗୀୟ ଯୁବତୀଙ୍କୁ ଥାନାରେ ପଚରାଉଚୁରା କରାଯାଉଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ସେକ୍ସ ରାକେଟ ଠାବ

ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର ୧୪ ତାରିଖରେ ପୋଲିସ ଚଢ଼ାଉ କରି ୨ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.