ETV Bharat / state

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଚନ୍ଦ୍ର ଗ୍ରହଣର ତୃଟିପର୍ଣ୍ଣ ନୀତି ହେଲା ପରିବର୍ତ୍ତନ

author img

By

Published : Nov 1, 2022, 11:12 PM IST

Updated : Nov 2, 2022, 9:04 AM IST

ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ, ଚନ୍ଦ୍ର ଗ୍ରହଣର ତ୍ରୁଟିପର୍ଣ୍ଣ ନୀତି ହେଲା ପରିବର୍ତ୍ତନ
ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ, ଚନ୍ଦ୍ର ଗ୍ରହଣର ତ୍ରୁଟିପର୍ଣ୍ଣ ନୀତି ହେଲା ପରିବର୍ତ୍ତନ

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଚନ୍ଦ୍ର ଗ୍ରହଣର ତୃଟିପର୍ଣ୍ଣ ନୀତି ହେଲା ପରିବର୍ତ୍ତନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ପୂର୍ବ ସ୍ଥିରୀକୃତ ତୃଟି ପୂର୍ଣ୍ଣ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଚନ୍ଦ୍ର ଗ୍ରହଣକୁ ନେଇ ଥିବା ତୃଟିପୂର୍ଣ୍ଣ ନୀତି ହେଲା ପରିବର୍ତ୍ତନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ପୂର୍ବ ସ୍ଥିରୀକୃତ ତୃଟି ପୂର୍ଣ୍ଣ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି ।

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଚନ୍ଦ୍ର ଗ୍ରହଣର ତ୍ରୁଟିପର୍ଣ୍ଣ ନୀତି ହେଲା ପରିବର୍ତ୍ତନ

ତେବେ ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ପୁନଶ୍ଚ ସେହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ଯୋଗୁଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ୮ତାରିଖ ରାତି ୧୨ଟା ୧୦ ମିନିଟରେ ଦ୍ବାର ଫିଟି ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ଥିବାରୁ ଏହି ଦିନ ସୁନାବେଶ ଦେଖିବା ସମ୍ଭବ ପର ନୁହେଁ ବୋଲି ସୂଚନା ମିଳିଛି । ସେହିପରି ଆସନ୍ତା ୪ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିର ନୀତି କାନ୍ତି କିଭଳି ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ନିଯୋଗ ସହିତ ଆଲୋଚନା କରାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ । ବୈଠକରେ ତୃଟିପୂର୍ଣ୍ଣ ନୀତିର ପରିବର୍ତ୍ତନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

Last Updated :Nov 2, 2022, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.