ETV Bharat / state

ଶ୍ରୀମନ୍ଦିରରେ କୋଭିଡ କଟକଣା ପାଇଁ ଛତିସା ନିଯୋଗ ବୈଠକ

author img

By

Published : Mar 24, 2021, 7:08 AM IST

ଶ୍ରୀମନ୍ଦିରରେ କୋଭିଡ କଟକଣା ପାଇଁ ବସିଲା ଛତିସା ନିଯୋଗ ବୈଠକ
ଶ୍ରୀମନ୍ଦିରରେ କୋଭିଡ କଟକଣା ପାଇଁ ବସିଲା ଛତିସା ନିଯୋଗ ବୈଠକ

ଶ୍ରୀମନ୍ଦିରରେ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ଛତିସା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ପୁରୀ: ରାଜ୍ୟରେ ଧୀରେ ଧୀରେ କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଶ୍ରୀମନ୍ଦିରରେ କୋଭିଡ କଟକଣା ଲାଗୁ କରିବା ପାଇଁ ମଙ୍ଗଳବାର ଛତିସା ନିଯୋଗ ବୈଠକ ବସିଛି । ଏହି ବୈଠକରେ ଶ୍ରୀମନ୍ଦିରରେ ସମସ୍ତ କୋଭିଡ ନିୟମକୁ କଡାକଡି ପାଳନ କରାଯିବା ସହିତ ସପ୍ତାହରେ ଗୋଟିଏ ଦିନ ମନ୍ଦିରକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିରରେ କୋଭିଡ କଟକଣା ପାଇଁ ବସିଲା ଛତିସା ନିଯୋଗ ବୈଠକ

ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ କୋଭିଡ କଟକଣାର ନିୟମକୁ ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ପ୍ରଶାସନ ଗୁରୁତ୍ବ ଦେବ । ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ଏହି ବୈଠକରେ ପ୍ରସ୍ତାବ ଆସିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ନିବେଦନ କରିଛି । ଏହାସହିତ ସମସ୍ତ ସେବାୟତମାନଙ୍କୁ ଟୀକାକରଣ କାର୍ଯ୍ୟରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଆଗକୁ ରଥଯାତ୍ରା ଥିବାରୁ ରଥ ନିର୍ମାଣରେ ନିୟୋଜିତ ଭୋଇ ଓ ମହାରଣା ସେବକଙ୍କୁ ମଧ୍ୟ ସମୟ ପୂର୍ଵରୁ ଟୀକାକରଣ କରାଯିବ। ଆସନ୍ତା ୨୮ ତାରିଖରେ ଦୋଳପୂର୍ଣ୍ଣିମା ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି । ବେଶ ଲାଗି ପାଇଁ ହୋଇଥିବା ବିବାଦ ନେଇ ଦୁଇ ସେବାୟତ ନିଯୋଗ ସହିତ ଜିଲ୍ଲାପାଳ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି । ମେଣ୍ତା ପୋଡି, ଦୋଳପୂର୍ଣ୍ଣିମି, ସୁନାବେଶ ନୀତିକାନ୍ତିକୁ ଛତିସା ନିଯୋଗ ଅନୁମୋଦନ କରିଛି । ନିଳାଦ୍ରୀ ଭକ୍ତ ନିବାସରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ନାୟକଙ୍କ ସହ ସମସ୍ତ ସେବାୟତ ନିଯୋଗର ପ୍ରତିନିଧିମାନେ ଆଲୋଚନାରେ ଭାଗ ନେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.