ETV Bharat / state

କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା, ୨ ଗୋଷ୍ଠୀର ୪୦ ଆହତ

author img

By

Published : Feb 16, 2022, 4:27 PM IST

Updated : Feb 16, 2022, 6:01 PM IST

କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା, ୨ ଗୋଷ୍ଠୀର ୪୦ ଆହତ
କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା, ୨ ଗୋଷ୍ଠୀର ୪୦ ଆହତ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା । ବୋମାମାଡ ସାଙ୍ଗକୁ ଠୋଙ୍ଗାମାଡ, ୪୦ ଆହତ । ଅଧିକ ପଢନ୍ତୁ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦରେ ନିର୍ବାଚନୀ ହିଂସା । ବାଲାଟ ବକ୍ସ ଚୋରି ସାଙ୍ଗକୁ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ ଏବଂ ଠେଙ୍ଗା ମାଡ । ଏଥିରେ 40 ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ।

କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା, ୨ ଗୋଷ୍ଠୀର ୪୦ ଆହତ

ସୂଚନା ଅନୁଯାୟୀ, ଆଜି(ବୁଧବାର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା ପଞ୍ଚାୟତ ତିଞ୍ଛଣ ଓ ଅଲଣ୍ଡା ଗ୍ରାମ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ଘଟିଛି । ୨ ଗୋଷ୍ଠୀ ସଙ୍ଘର୍ଷ ଉଗ୍ର ରୂପ ଧାରଣ କରିଛି, ବ୍ୟକ୍ତି-ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ସାଙ୍ଗକୁ ଠେଙ୍ଗାରେ ମାଡପିଟ ଲାଗୁଥିବା ଦେଖିବାକୁ ମିଳିଛି ।

ଏଥିରେ ୨ ଗୋଷ୍ଠୀର ୪୦ ରୁ ଅଧିକ ବ୍ୟକ୍ତି ଆହତ ହୋଇ ଥିବାବେଳେ ୩୦ ରୁ ୪୦ ଟି ବୋମାମାଡ କରାଯାଇଥିବା ଜଣାପଡିଛି । ତେବେ ୮ ନଂ ବୁଥରେ ଗୋଷ୍ଠୀ ସଙ୍ଘର୍ଷ ଘଟି ଥିବାବେଳେ ୪ ନମ୍ବର ବୁଥରୁ ବାଲାଟ ବକ୍ସ ଚୋରି ହୋଇଥିବା ଜଣାପଡିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated :Feb 16, 2022, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.