ETV Bharat / state

Dress Code For Devotees: ହାପ୍‌ପ୍ୟାଣ୍ଟ ପିନ୍ଧି ଆସିଥିଲେ ଶ୍ରୀମନ୍ଦିର, ଯୁବକଙ୍କୁ ଧୋତି ପିନ୍ଧାଇଲେ ସେବାୟତ

author img

By ETV Bharat Odisha Team

Published : Oct 29, 2023, 4:50 PM IST

ଶ୍ରୀମନ୍ଦିରକୁ ହାଫ୍ ପ୍ୟାଣ୍ଟ ପିନ୍ଧି ପ୍ରବେଶ କରୁଥିବା ଭକ୍ତମାନଙ୍କୁ ଅଟକାଇଲେ ସେବାୟତ ଓ ଜେଟିପି । ସେବାୟତମାନେ ସେମାନଙ୍କ ସଚେତନ କରାଇବା ସହ ଧୋତି ପିନ୍ଧାଇଥିବା ଦେଖିବାକୁ ମିଳିଛି ।

tourists warned by sevayat
ଯୁବକଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ଯୁବକଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ଭକ୍ତଙ୍କୁ ଧୋତି ପିନ୍ଧାଇ ମନ୍ଦିରକୁ ଛାଡ଼ିଲେ ସେବାୟତ ଓ ଜେଟିପି । ଶ୍ରୀମନ୍ଦିରକୁ ଆସିଥିବା ଭକ୍ତମାନଙ୍କୁ ପୋଷାକ ଶାଳୀନତା ଉପରେ ସଚେତନ କରାଇଛନ୍ତି ସେବାୟତ । ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଯାଉଥିବା ଭକ୍ତଙ୍କୁ ଅଟକାଇ ଧୋତି ପିନ୍ଧାଇ ଶ୍ରୀମନ୍ଦିରକୁ ଛାଡ଼ିଛନ୍ତି ସେବାୟତ। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯାହାକୁ ଭକ୍ତ ମାନେ ସ୍ଵାଗତ କରିଛନ୍ତି । ସୂଚନା ଅନୁସାରେ, ୨ ଜଣ ଯୁବକ ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବାବେଳେ ସେଠାରେ ଉପସ୍ଥିତ ଜଗନ୍ନାଥ ମନ୍ଦିର ପୋଲିସ, ସେବାୟତ ଅଟକାଇ ଥିଲେ । ପରେ ୨ଟି ଧୋତି ଅଣାଯାଇ ସେବାୟତମାନେ ସେହି ଯୁବକ ମାନଙ୍କୁ ପିନ୍ଧାଇଥିବା ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିରରେ ଘଟିଥିବା ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶାଳୀନତା ପୂର୍ବକ ଡ୍ରେସ ପିନ୍ଧି ଆସିବାକୁ ଶ୍ରୀ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ନୂଆ ବର୍ଷ ଅର୍ଥାତ ଜାନୁଆରୀ ପହିଲାରୁ ଏହି ନିୟମ ଶ୍ରୀମନ୍ଦିରରେ ଲାଗୁ ହେବ । ହେଲେ ତାହା ପୂର୍ବରୁ ଭକ୍ତମାନଙ୍କୁ ସଚେତନ କରାଇବା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରରେ ମୁତୟନ ରହିଥିବା ଜେଟିପି ଏନେଇ ସଚେତନ କରାଉଛନ୍ତି । ମହିଳା ମାନେ ସାଲ୍ୱାର, ଶାଢୀ ଆଦି ବସ୍ତ୍ର ପରିଧାନ କରିବାକୁ କୁହାଯାଉଛି । ଦେହ ସମ୍ପୂର୍ଣ୍ଣ ଘୋଡାଇ ହୋଇ ରହୁଥିବା ଭଳି ଡ୍ରେସ ପିନ୍ଧିବାକୁ ନିୟମ ହୋଇଛି । ସେହିପରି ପୁରୁଷମାନେ ଫୁଲ ପ୍ୟାଣ୍ଟ, ସାର୍ଟ, ପଞ୍ଜାବୀ ଅବା ପାରମ୍ପରିକ ଡ୍ରେସ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଗଲେ କେଉଁଭଳି ପୋଷାକ ପିନ୍ଧିବେ ଭକ୍ତ ? ଜାରି ହେଲା ମାର୍ଗଦର୍ଶିକା

ଦୀର୍ଘ ଦିନ ହେଲା ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ କୋଡ ଲାଗୁ କରିବାକୁ ସବୁ ମହଲରେ ଦାବି ହୋଇ ଆସୁଥିଲା । ହେଲେ ଡ୍ରେସ କୋଡ ଲାଗୁ କରାନଯାଇ କେବଳ ଶରୀର ସମ୍ପୂର୍ଣ ଢାଙ୍କି ହେଲା ଭଳି ଶାଳୀନତାପୂର୍ଣ୍ଣ ଡ୍ରେସ ପିନ୍ଧିବାକୁ ନିୟମ ହୋଇଛି । ଯାହାକୁ ସବୁ ମହଲରୁ ସ୍ଵାଗତ କରାଯାଇଛି । ଆଧୁନିକ ଡ୍ରେସ, ଦେହ ଦେଖା ହେଉଥିବା ପୋଷାକ, ଚିରା ଫଟା ଡିଜାଇନର ଡ୍ରେସ୍ ଉପରେ କଟକଣା ଜାରି କରାଯାଇଛି । ଏହି ନିୟମ ଲାଗୁ ପରେ ମହିଳାଙ୍କୁ ସଚେତନ କରାଇବା ପାଇଁ ମହିଳା ପୋଲିସ ମୁତୟନ ପାଇଁ ମଧ୍ୟ ଦାବି ହୋଇଛି । ସେହିପରି ଶ୍ରୀମନ୍ଦିର ନିକଟରେ ପୋଷାକ ବଦଳାଇବା ଗୃହ ରଖିବା ପାଇଁ ମଧ୍ୟ ଦାବି ଉଠିଛି । ତେବେ ଆଗାମୀ ଦିନରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.