ETV Bharat / state

ବନ୍ୟା ଛାଡ଼ି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ

author img

By

Published : Aug 21, 2022, 5:15 PM IST

ବନ୍ୟା ଛାଡି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ
ବନ୍ୟା ଛାଡି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ

ପୁରୀ ଜିଲ୍ଲାରେ ବନ୍ୟା ଛାଡ଼ି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏନେଇ ପୁରୀ ଜିଲ୍ଲା ଗସ୍ତ କରିବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ପୁରୀ: ଜିଲ୍ଲାରେ ବନ୍ୟା ଛାଡି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ନେଇ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ । ଏବେବି ଅନେକ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାସ । ବନ୍ୟା ପ୍ରଭାବିତ ସ୍ଥିତି ପରଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ପ୍ରଶାସନ ।

ବନ୍ୟା ଛାଡି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ

ପୁରୀ ଜିଲ୍ଲାରେ ବନ୍ୟାସ୍ଥିତି ସୁଧୁରି ନଥିବାରୁ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ସମ୍ଭବ ହୋଇପାରୁନାହିଁ । ଏଣୁ ପୁରୀ ଜିଲ୍ଲାରେ ଯେଉଁ ପଞ୍ଚାୟତରେ ବନ୍ୟାଜଳ ଛାଡି ନାହିଁ ଉକ୍ତ ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପୁରୀ ଜିଲ୍ଲା ଗସ୍ତ କରିବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଗତ ୪ ଦିନ ଧରି ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲ ବନ୍ଦ ଥିଲା । ଏଗୁଡ଼ିକ ଆସନ୍ତା କାଲି ଖୋଲିବାକୁ ଯାଉଛି । କିନ୍ତୁ ଏବେ ମଧ୍ୟ ବିଭିନ୍ନ ଅଞ୍ଚଳ ପାଣି ଘେରରେ ଥିବାରୁ ପିଲାମାନେ ସ୍କୁଲ ଆସିବା ସମ୍ଭବ ହେଉନାହିଁ । ତେଣୁ କେବଳ ବନ୍ୟା ପୁରା ଛାଡ଼ି ନଥିବା ଅଞ୍ଚଳରେ ସ୍କୁଲ ଆଉ ୨ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛି ।" ଅନ୍ୟ ଜିଲ୍ଲା ଗୁଡ଼ିକରେ ବନ୍ୟାସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.