ETV Bharat / state

ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ: ଗାଡି ଚାଳକଙ୍କୁ ଖୁଆଇଲେ ମିଠା

author img

By

Published : Jan 30, 2022, 7:09 PM IST

ସଡକ ସୁରକ୍ଷା ଜୀବନ ରକ୍ଷା । ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ରହ୍ମଗିରିରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ
ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ

ବ୍ରହ୍ମଗିରି: ସଡକ ସୁରକ୍ଷା ଜୀବନ ରକ୍ଷା । ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଡ଼କ ସୁରକ୍ଷା ମାସ ଅବସରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ବ୍ରହ୍ମଗିରି ସୁରକ୍ଷା ସମିତି, ବ୍ରହ୍ମଗିରି ପୋଲିସ ଏବଂ ମା ହେଙ୍ଗୁଳା ମୋଟର୍ସ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ବ୍ରହ୍ମଗିରିରେ ସଡକ ସୁରକ୍ଷା ସଚେତନତା ଅଭିଯାନ

ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରେ ସଂଗଠନର କର୍ମକର୍ତ୍ତାମାନେ ହାତରେ ଛପା କାଗଜ ଓ ଫୁଲ ଦେଇ ଗାଡି ଚାଳକଙ୍କୁ ସଚେତନତା କରାଇବା ସହ ହେଲମେଟ ବ୍ୟବହାର କରିଥିବା ଗାଡି ଚାଳକଙ୍କୁ ମିଠା ଓ ଫୁଲ ଦେଇ ଉତ୍ସାହିତ କରିଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.