ETV Bharat / state

କୋଭିଡ କଟକଣା ସହ ପୁରୀରେ ଖୋଲିଲା ଧର୍ମାନୁଷ୍ଠାନ, ଶ୍ରୀମନ୍ଦିର ପାଇଁ ପରେ ନିଷ୍ପତ୍ତି

author img

By

Published : Aug 3, 2021, 5:12 PM IST

କୋଭିଡ କଟକଣା ମଧ୍ୟରେ ଶ୍ରୀମନ୍ଦିର ବ୍ୟତୀତ ପୁରୀ ଜିଲ୍ଲାର ସମସ୍ତ ମନ୍ଦିର, ଚର୍ଚ, ମସଜିଦ ଖୋଲିଛି। ଖୁିସି ପ୍ରକାଶ କଲେ ଶ୍ରଦ୍ଧାଳୁ । ସବୁଠି ପାଳନ କରିବାକୁ ହେବ କୋଭିଡ କଟକଣା । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ପୁରୀରେ ଖୋଲିଲା ଧର୍ମାନୁଷ୍ଠାନ
କୋଭିଡ କଟକଣାରେ ପୁରୀରେ ଖୋଲିଲା ଧର୍ମାନୁଷ୍ଠାନ

ପୁରୀ: କୋଭିଡ କଟକଣା ମଧ୍ୟରେ ଶ୍ରୀମନ୍ଦିର ବ୍ୟତୀତ ଜିଲ୍ଲାର ସମସ୍ତ ମନ୍ଦିର, ଚର୍ଚ, ମସଜିଦ ଖୋଲିଛି। ଦୀର୍ଘଦିନ ପରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିଥିବାରୁ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ତେବେ କୋଭିଡ କଟକଣା ପୂର୍ବଭଳି ପାଳନ କରାଯିବା ନେଇ ନିର୍ଦ୍ଦେଶ ରହିଛି । ସେହିପରି ମନ୍ଦିର ପରିସରରେ ପ୍ରସାଦ ସେବନ ନକରିବା ସହ କୋଭିଡ ନିୟମ ପାଳନ ପାଇଁ ଭକ୍ତ ଓ ପର୍ଯ୍ୟଟକଙ୍କୁ ଅପିଲ କରିଛି ଜିଲ୍ଲା ପ୍ରଶାସନ ।

କୋଭିଡ କଟକଣାରେ ପୁରୀରେ ଖୋଲିଲା ଧର୍ମାନୁଷ୍ଠାନ

ସେହିପରି ସପ୍ତାହନ୍ତ ସଟଡାଉନରେ ବାହାର ଜିଲ୍ଲାବାସୀଙ୍କୁ ପୁରୀ ସହର ଭିତରେ ଥିବା ମଠ, ମନ୍ଦିର ଆଦି ପ୍ରବେଶରେ କଟକଣା ରହିଛି। ଶ୍ରୀମନ୍ଦିରକୁ ଛାଡିଦେଲେ ବାହାର ପର୍ଯ୍ୟଟକ ତଥା ଭକ୍ତମାନେ ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥାନକୁ ଯାଇପାରୁଛନ୍ତି। ସମସ୍ତ ଧାର୍ମିକ ସ୍ଥାନରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ସହ ଦର୍ଶନ ସମମୟରେ ପର୍ଯ୍ୟଟକଙ୍କ ଭିତରେ ୬ଫୁଟ ଦୂରତା ରକ୍ଷା ପାଇଁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବାରେ କଟକଣା ଲଗାଯିବା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ଵିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସେହିପରି ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ବୟସ୍କଙ୍କୁ ଧାର୍ମିକସ୍ଥଳୀ ନଯିବାକୁ ପରାମର୍ଶ ଦିଆଯାଇଛି। ପୁରୀରେ ବେଳାଭୁମୀ ସହ ବିଭିନ୍ନ ପାର୍କକୁ ଖୋଲିବାକୁ ବି ଅନୁମତି ଦିଆଯାଇଛି। ବ୍ଲୁ ଫ୍ଲାଗ ବିଚ, ନିଳାଦ୍ରୀ ବିଚ ସହ ଅନ୍ୟାନ୍ୟ ଛୋଟବଡ଼ ପାର୍କ,କୋଣାର୍କ ସୂର୍ଯ୍ୟ ମନ୍ଦିର, ଇଣ୍ଟରପ୍ରିଟେସନ ସେଣ୍ଟର ବି ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ଆସନ୍ତାକାଲି ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୈଠକ ରହିଛି। ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ କିଭଳି ଖୋଲାଯିବ କଣ SOP ରହିବ ସେ ନେଇ ଆଲୋଚନା ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.