ETV Bharat / state

ରଥଯାତ୍ରା ସମନ୍ବୟ ବୈଠକ: ଦ୍ବନ୍ଦରେ ଭକ୍ତଙ୍କ ରଥଟଣା!

author img

By

Published : May 5, 2022, 5:54 PM IST

ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ: ଦ୍ବନ୍ଦରେ ଭକ୍ତଙ୍କ ରଥଟଣା!
ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ: ଦ୍ବନ୍ଦରେ ଭକ୍ତଙ୍କ ରଥଟଣା!

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପାଇଁ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଆୟୋଜନ କିପରି ହେବ, ସେନେଇ ଆଲୋଚନା । ଭକ୍ତଙ୍କ ଆଗମନକୁ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ଜିଲ୍ଲାପାଳଙ୍କୁ ପ୍ରଦାନ । ଅଧିକ ପଢନ୍ତୁ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପାଇଁ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ରଥଯାତ୍ରାକୁ ୟୁନେସ୍କୋରେ ସ୍ଥାନ ଦେବାକୁ ହେବ ବ୍ୟବସ୍ଥା । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଫିସର, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।

ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ: ଦ୍ବନ୍ଦରେ ଭକ୍ତଙ୍କ ରଥଟଣା!

ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଆୟୋଜନ କିପରି ହେବ, ସେନେଇ ଆଲୋଚନା ହୋଇଛି । ତେବେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ କରାଯାଇ ଥିବା ଆକ୍ସନ ପ୍ଲାନ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇଟି ପ୍ଲାନ କରାଯାଇଛି ।

ତେବେ ଯଦି କୋଭିଡ ମହାମାରୀ ପ୍ରଭାବ ନ ରୁହେ, କିପରି ଭକ୍ତଙ୍କୁ ନେଇ ରଥଯାତ୍ରା ହେବ ଆଲୋଚନା ହୋଇଥିଲା । ସେହିପରି କୋଭିଡର ପ୍ରଭାବ ଥିଲେ ବିନା ଭକ୍ତରେ ରଥଯାତ୍ରା ହେଲେ ତାହା ପାଇଁ କେଉଁ ବ୍ୟବସ୍ଥା ହେବ, ସେନେଇ ଆଲୋଚନା ହୋଇଥିଲା । ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏଣୁ ଚଳିତ ବର୍ଷ ରଥଯାତ୍ରାରେ ଯେତିକି ଲୋକ ଆସନ୍ତି, ତାର ଅଧିକ ଦେଢ଼ ଗୁଣା ହିସାବରେ ସବୁ ବ୍ୟବସ୍ଥା ହେବ । ଆସନ୍ତା ଏକ ସପ୍ତାହ ପରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ ଓ ସବୁ ବ୍ୟବସ୍ଥାର ତର୍ଜମା କରାଯିବ । ପୂର୍ବ ଭଳି ଅଗାମୀ ଦିନରେ ରଥଯାତ୍ରା ସମନ୍ୱୟ ବୈଠକ ମଧ୍ୟ ହେବ ।

ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି, ଚଳିତ ବର୍ଷ ରଥଯାତ୍ରାକୁ ୟୁନେସ୍କୋରେ ସ୍ଥାନ ଦେବା ପାଇଁ ସମସ୍ତ ବ୍ୟବସ୍ଥା ହେବ । ଏପଟେ ଚଳିତ ବର୍ଷ ୧୪ ଲକ୍ଷ ଭକ୍ତ ରଥଯାତ୍ରାରେ ଆସିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.