ETV Bharat / state

ବିଶ୍ବସ୍ତରୀୟ ହେବ ରଘୁନନ୍ଦନ ଲାଇବ୍ରେରୀ

author img

By

Published : Sep 2, 2019, 12:47 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଓଡିଶାର ପୁରାତନ ରଘୁନନ୍ଦନ ଲାଇବ୍ରେରୀକୁ ଅନ୍ତର୍ଜାତୀୟ ସ୍ତରର ପାଠାଗାର କରାଯିବ । ରାଜ୍ୟ ସରକାର ଏଥିପାଇଁ 5 କୋଟି ଟଙ୍କା ଘୋଷଣା କରିଛନ୍ତି।

ପୁରୀ: ଓଡିଶାର ପୁରାତନ ରଘୁନନ୍ଦନ ଲାଇବ୍ରେରୀକୁ ଅନ୍ତର୍ଜାତୀୟ ସ୍ତରର ପାଠାଗାର କରାଯିବ । ରାଜ୍ୟ ସରକାର ଏଥିପାଇଁ 5 କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥରେ ରଘୁନନ୍ଦନ ଲାଇବ୍ରେରୀକୁ ବିଶ୍ବସ୍ତରୀୟ କରାଯିବ । ଜଗନ୍ନାଥ ସଂସ୍କୃତି ଗବେଷଣାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ଏହି ଲାଇବ୍ରେରୀକୁ ଗଠନ କରାଯିବ । ଏମାର ମଠକୁ ନୂଆ ଜାଗାରେ ସ୍ଥାପନ କରିବା ପରେ ସେଠାରେ ଏହି ଲାଇବ୍ରେରୀ ପ୍ରତିଷ୍ଠା କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା ଦୃଷ୍ଟିକୋଣରୁ ଏମାର ମଠର ଏହି ପୁରାତନ ଲାଇବ୍ରେରୀକୁ ଉଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପାଠାଗାରର ବହି ଗୁଡିକୁ ସଂଗ୍ରହ କରି ସେଗୁଡିକର ସଂରକ୍ଷଣ ଓ ଡିଜିଟାଇଜେସନ କରିବା ନେଇ ବିଭିନ୍ନ ଏକ୍ସପର୍ଟଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିଛି । 1921 ମସିହାରେ ଏମାର ମଠର ମହନ୍ତ ଏହାକୁ ପ୍ରତିଷ୍ଠା କରିଥିଲେ ।

ପାଠାଗାରରେ 5 ହଜାରରୁ ଅଧିକ ବିଶ୍ବସ୍ତରୀୟ ଇତିହାସ ବହି, ସାହିତ୍ୟ, ଜଗନ୍ନାଥ ସଂସ୍କୃତି ପୁସ୍ତକ, ତାଳପତ୍ର ପୋଥି ଆଦି ରହିଥିଲା । ସେଥିପାଇଁ ରଘୁନନ୍ଦନ ଲାଇବ୍ରେରୀର ଏକ ସ୍ବତନ୍ତ୍ର ପରିଚୟ ରହିଥିଲା । ଅନ୍ୟପଟେ ରଘୁନନ୍ଦନ ଲାଇବ୍ରେରୀର ଅନେକ ପୁସ୍ତକ ନଷ୍ଟ ହୋଇ ଯାଇଥିବା ବହି ସଂରକ୍ଷକ କରୁଥିବା ଜଣେ ଏକ୍ସପର୍ଟ କହିଛନ୍ତି । ଯାହାକୁ କେମିକାଲ ଦ୍ବାରା ସଂରକ୍ଷଣ କରାଯିବ । ପରେ ଡିଜିଟାଇଜେସନ କରାଯିବ । ଏସବୁ ପାଇଁ 3 ମାସ ସମୟ ଲାଗିବ ବୋଲି ଏକ୍ସପର୍ଟ ଉଲ୍ଲେଖ କରିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro: ନୂଆରୁପ ନେବ ରଘୁନନ୍ଦନ ପାଠାଗାର


Body:ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରୀ । ଅନ୍ତର୍ଜାତୀୟ ସ୍ତରର ପାଠାଗାର ହେବ ବ୍ରିଟିଶ ଅମଳର ତଥା ଓଡିଶା ର ପୁରାତନ ରଘୁନନ୍ଦନ ଲାଇ ବ୍ରେରୀ। ରାଜ୍ୟ ସରକାର ଏଥି ପାଇଁ 5 କୋଟି ଟଙ୍କା ଘୋଷଣା କରିଛନ୍ତି। ଏହି ଅର୍ଥରେ ରଘୁନନ୍ଦନ ଲାଇବ୍ରେରୀ କୁ ବିଶ୍ୱ ସ୍ତରୀୟ କରାଯିବ। ଜଗନ୍ନାଥ ସଂସ୍କୃତି ଗବେଷଣା ର ଏକ ଉତ୍କର୍ଷ କେନ୍ଦ୍ର ଭାବେ ଏହି ଲାଇ ବ୍ରେରୀ କୁ ଗଠନ କରାଯିବ। ଏମାର ମଠ କୁ ନୂଆ ଜାଗାରେ ସ୍ଥାପନ ପାରେ ସେଠାରେ ଏହି ଲାଇ ବ୍ରେରୀ ପ୍ରତିଷ୍ଠା କରାଯିବ। ଶ୍ରୀମନ୍ଦିର ଚାରି ପଟେ ସୁରକ୍ଷା ଦୃଷ୍ଟି କୋଣରୁ ଏମାର ମଠ ର ଏହି ପୁରାତନ ଲାଇବ୍ରେରୀ କୁ ଉଛେଦ କରାଯାଇ ଥିଲା । ଯାହାକି ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଜିଲା ପ୍ରଶାସନ ପାଠାଗାର ର ବହି ଗୁଡିକୁ ସଂଗ୍ରହ କରି ସେଗୁଡିକ ର ସଂରକ୍ଷଣ ଓ ଡିଜିଟାଇଜେସନ କରିବା ନେଇ ବିଭିନ୍ନ ଏକ୍ସପର୍ଟ ଙ୍କୁ ନେଇ
କାର୍ଯ୍ୟ ଆରମ୍ଭ ହୋଇଛି। 1921 ମସିହାରେ ଏମାର ମଠ ର ମହନ୍ତ ଏହା କୁ ପ୍ରତିଷ୍ଠା କରିଥିଲେ। ଯେଉଁ ପାଠଗାର ରେ 5 ହଜାର ରୁ ଅଧିକ ବିଶ୍ୱ ଇତିହାସ ବହି , ସାହିତ୍ୟ , ଜଗନ୍ନାଥ ସଂସ୍କୃତି ପୁସ୍ତକ , ତାଳ ପତ୍ର ପୋଥି ଆଦି ରହିଥିଲା। ରଘୁନନ୍ଦନ ଲାଇବ୍ରେରୀ ର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା। ଅନ୍ୟପଟେ ବହି ସଂରକ୍ଷକ କରୁଥିବା ଏକ୍ସ ପର୍ଟ ଙ୍କ କହିବା କଥା ରଘୁନନ୍ଦନ ଲାଇବ୍ରେରୀ ର ଅନେକ ପୁସ୍ତକ ନଷ୍ଟ ହୋଇ ଯାଇଛି। ଯାହାକୁ କେମିକାଲ ଦ୍ୱାରା ସଂରକ୍ଷଣ କରାଯିବ । ପରେ ଡିଜିଟାଇଜେସନ କରାଯିବ। ଏ ସବୁ ପାଇଁ 3 ମାସ ସମୟ ଲାଗିବ।

ବାଇଟ,, ସୁମିତ୍ରା ମନ୍ତ୍ରୀ , ଅଧିକ୍ଷକ, ଅଭିଲେଖାଗାର


Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.