ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ପଦଯାତ୍ରାରେ ରୋକ ଲଗାଇଲା ଜିଲ୍ଲା ପ୍ରଶାସନ

author img

By

Published : Apr 26, 2022, 5:52 PM IST

ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ
ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାରି ପାଖରେ ନିର୍ମାଣ ଓ ଖନନ ପ୍ରତିବାଦରେ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କଲା ପ୍ରଶାସନ । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ(Srimandir Heritage Corridor Project) ପାଇଁ ଚାରି ପାଖରେ ନିର୍ମାଣ ଓ ଖନନ ପ୍ରତିବାଦରେ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କଲା ପ୍ରଶାସନ । ଆଇନ ଶୃଙ୍ଖଳା ବିଗିଡିବା କାରଣ ଦର୍ଶାଇ ପଦଯାତ୍ରା ଉପରେ ରୋକ ଲଗାଇଛି ପୁରୀ ଜିଲ୍ଲା ପ୍ରଶାସନ ।

ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ

ଶ୍ରୀମନ୍ଦିର ଚାରି ପାଖରେ ଏଏସଆଇ(Archaeological Survey of India) ଓ ଏନଏମଏ(National Monuments Authority)ର ବିନା ଅନୁମତିରେ ଚାଲିଥିବା ଖନନ ଓ ସ୍ଥାୟୀ ନିର୍ମାଣକୁ ବିରୋଧ କରି ଆସନ୍ତାକାଲି(ବୁଧବାର) ପୁରୀରେ ହେବାକୁ ଥିବା ପଦଯାତ୍ରା ଉପରେ ରୋକ ଲଗାଇଛି ପ୍ରଶାସନ । ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କାକୁ ନଜରରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଏପଟେ ଆଇନକୁ ସମ୍ନାନ ଜଣାଇ ଆଉ କି ପଦକ୍ଷେପ ନେଇ ହେବ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର କର୍ମକର୍ତ୍ତା କହିଛନ୍ତି । ତେବେ ଆଜି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର କର୍ମକର୍ତ୍ତା ପୁରୀ ଜିଲ୍ଲାପାଳଙ୍କୁ ଭେଟି ପଦଯାତ୍ରା ସମ୍ପର୍କରେ ଅବଗତ କରିବା ସହ କାର୍ଯ୍ୟକ୍ରମ ଆୟୋଜନ ନେଇ ଅନୁମତି ମାଗିଥିଲେ ।

ହେଲେ ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କାରେ ଏହି ପଦଯାତ୍ରା ଉପରେ ରୋକ ଲଗାଇଛି । ଶ୍ରୀମନ୍ଦିର ଚାରି ପାଖରେ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ତଥା ନଏମଏ(National Monuments Authority) ବିନା ଅନୁମତିରେ ଖନନ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିବାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଆସୁଛି । ଏହା ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା ଆଶଙ୍କା କରାଯାଉଛି । ଏହି କାର୍ଯ୍ୟ ବନ୍ଦ ରଖିବା ଦାବିରେ ଆସନ୍ତାକାଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ପଦଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.