ETV Bharat / state

ପବିତ୍ର ରଥଯାତ୍ରା: ଜିଲ୍ଲା ପ୍ରଶାସନ ଓ ସେବାୟତ ନିଯୋଗ ମଧ୍ୟରେ ସମନ୍ବୟ ବୈଠକ

author img

By

Published : Jun 20, 2022, 9:02 PM IST

ରଥଯାତ୍ରାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ସେବାୟତ ନିଯୋଗ ମଧ୍ୟରେ ସମନ୍ବୟ ବୈଠକ
ରଥଯାତ୍ରାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ସେବାୟତ ନିଯୋଗ ମଧ୍ୟରେ ସମନ୍ବୟ ବୈଠକ

ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଯାତ୍ରାକୁ ଶୃଙ୍ଖଳିତ ସମାପନ କରିବା ନେଇ ପ୍ରଶାସନିକ ସ୍ତରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ

ପୁରୀ: ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଯାତ୍ରାକୁ ଶୃଙ୍ଖଳିତ ସମାପନ କରିବା ନେଇ ପ୍ରଶାସନିକ ସ୍ତରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏନେଇ ଆଜି(ସୋମବାର) ଏସପିଙ୍କ କାର୍ଯ୍ୟାଳୟରେ ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ବୈଠକ କରାଯାଇଛି । ପୋଲିସ ଓ ସେବାୟତଙ୍କ ମଧ୍ୟରେ କିଭଳି ଉତ୍ତମ ସମନ୍ବୟ ରଖାଯାଇ ଶୃଙ୍ଖଳିତ ରଥଯାତ୍ରା କରାଯିବ, ସେନେଇ ବୈଠକରେ ଆଲୋଚନା କରାଯାଇଥିଲା ।

ରଥଯାତ୍ରାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ସେବାୟତ ନିଯୋଗ ମଧ୍ୟରେ ସମନ୍ବୟ ବୈଠକ
ସେହିପରି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୋନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିର ଭକ୍ତ ନିବାସରେ ଭକ୍ତଙ୍କ ରହଣୀ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କୁ ପ୍ରିକସନାରୀ କୋଭିଡ ଟିକା ପ୍ରଦାନ, ସେବାୟତଙ୍କୁ ପାସ ବ୍ୟବସ୍ଥା, ଶୃଙ୍ଖଳିତ ନୀତି, ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କ ଜରୁରୀକାଳୀନ ପରିସ୍ଥିତିରେ ଯେଭଳି କୌଣସି ବାଧା ନଉପୁଜେ ସେଥିପ୍ରତି ପ୍ରଶାସନିକ ଗୁରୁତ୍ବ ଦିଆଯାଇଥିବା ବେଳେ ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ଓ ସୁରୁଖୁରୁରେ କିଭଳି ରଥଯାତ୍ରା ସମାପନ ହେବ ସେ ନେଇ ମଧ୍ୟ ନଜର ଦିଆଯାଇଛି ।ଇଟିଭି ଭାରତ, ପୁରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.