ETV Bharat / state

କେଜ୍ରିୱାଲଙ୍କୁ ଜୋରିମାନା ପ୍ରସଙ୍ଗ, ନିନ୍ଦା କଲା ପୁରୀ ଜିଲ୍ଲା ଆପ

author img

By

Published : Apr 1, 2023, 9:21 PM IST

କେଜ୍ରିୱାଲଙ୍କୁ ଜୋରିମାନା ପ୍ରସଙ୍ଗ, ନିନ୍ଦା କଲା ପୁରୀ ଜିଲ୍ଲା ଆପ
କେଜ୍ରିୱାଲଙ୍କୁ ଜୋରିମାନା ପ୍ରସଙ୍ଗ, ନିନ୍ଦା କଲା ପୁରୀ ଜିଲ୍ଲା ଆପ

ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କଣ ? ଦେଶବାସୀଙ୍କ ର ଜାଣିବା ଅଧିକାର ନାହିଁକି ବୋଲି ପୁରୀ ଆପ ପ୍ରଶ୍ନ କରିଛି । ଏ ନେଇ ତଥ୍ୟ ପାଇଁ ଆବେଦନ କରିବା କେଉଁଠି ଭୁଲ ରହିଲା ବୋଲି ପୁରୀ ଆପ ପକ୍ଷରୁ କୁହାଯାଇଛି। ଦେଶରେ ଯେଭଳି ପ୍ରଧାନମନ୍ତ୍ରୀ ଶାସନ ଚଳାଇଛନ୍ତି, ବିରୋଧିଙ୍କୁ ଆଇନ ବ୍ୟବସ୍ଥାରେ ଢାଲ କରାଯାଇ ସ୍ୱର ଚପାଯାଉଚି ତାକୁ ଆମ ଆଦମୀ ପାର୍ଟି ନିନ୍ଦା କରୁଛି ବୋଲି ନେତା ମାନେ କହିଛନ୍ତି । ଅଧିକ ପଢନ୍ତୁ

ପୁରୀ: ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରକାଶ ମାମଲା । ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜୋରିମାନା ପ୍ରସଙ୍ଗରେ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟିର ନିନ୍ଦା । ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଜୁରାଟ ହାଇକୋର୍ଟ 25 ହଜାର ଟଙ୍କାର ଜରିମାନା କରିବା ପ୍ରସଙ୍ଗକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି।

ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷା ଗତ ଯୋଗ୍ୟତା କଣ । ଦେଶବାସୀଙ୍କ ଜାଣିବା ଅଧିକାର ନାହିଁକି ବୋଲି ପୁରୀ ଆପ୍‌ ପ୍ରଶ୍ନ କରିଛି । ଏନେଇ ତଥ୍ୟ ପାଇଁ ଆବେଦନ କରିବା କେଉଁଠି ଭୁଲ ରହିଲା ବୋଲି ପୁରୀ ଆପ୍‌ ପକ୍ଷରୁ କୁହାଯାଇଛି । ଦେଶରେ ଯେଭଳି ପ୍ରଧାନମନ୍ତ୍ରୀ ଶାସନ ଚଳାଇଛନ୍ତି, ବିରୋଧୀଙ୍କୁ ଆଇନ ବ୍ୟବସ୍ଥାରେ ଢାଲ କରାଯାଇ ସ୍ୱର ଚପା ଯାଉଚି ତାକୁ ଆମ ଆଦମୀ ପାର୍ଟି ନିନ୍ଦା କରୁଛି ବୋଲି ନେତାମାନେ କହିଛନ୍ତି । ଦେଶ ସ୍ବାଧୀନ ହେବାର ଆଜି ପର୍ଯ୍ୟନ୍ତ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ଉଚ୍ଚ ଶିକ୍ଷିତ । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛାଡି । ଦେଶରେ ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷିତ ନହେଲେ ଦେଶରେ ଶାସନ ବ୍ୟବସ୍ଥା ଠିକ୍‌ରେ ଚାଲି ପାରିବ ନାହିଁ ବୋଲି ନେତାମାନେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକୋତ୍ତର ଡିଗ୍ରୀକୁ ସାର୍ବଜନୀନ କରିବାକୁ ଗୁଜୁରାଟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଜୁରାଟ ହାଇକୋର୍ଟଙ୍କଠାରୁ ଏକ ଝଟକା ଲାଗିଛି । ଏହି ଆବେଦନକୁ କୋର୍ଟ ଖାରଜ କରିବା ସହିତ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟକୁ ସାର୍ବଜନୀନ କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଥିଲେ ।

ଜିଏସଟିକୁ ନେଇ ଆଜି ପର୍ଯ୍ୟନ୍ତ ବ୍ୟବସାୟୀ ଙ୍କ ମଧ୍ଯ ରେ ଦ୍ଵନ୍ଦ୍ୱ ଲାଗି ରହିଛି । ନୋଟ ବନ୍ଦୀ ତଥା ବିମୁଦ୍ରାକରଣ ଫଳରେ ଦେଶ ର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଦେଶରେ ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଦେଶର ପ୍ରଧାନମନ୍ତ୍ରୀ ଶିକ୍ଷିତ ନଥିବାରୁ ଅନେକ ଭୁଲ ନିଷ୍ପତ୍ତି ଯୋଗୁଁ ଦେଶବାସୀ ଅନେକ କ୍ଷତି ସହିଛନ୍ତି । ଆଜି ପୁରୀ ଜିଲ୍ଲା ଆପ୍‌ ନେତା ଓ କର୍ମକର୍ତ୍ତା ପୁରୀ ବଡଦାଣ୍ଡରେ ନିଜର ସାର୍ଟିଫିକେଟ ଦେଖାଇ ଏହି ଘଟଣାର ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ ମଧ୍ଯ ଦେଶର ଜନସାଧାରଣଙ୍କୁ ନିଜର ଡିଗ୍ରୀ ସାର୍ଟିଫିକେଟ ସାର୍ବଜନିନ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.