ETV Bharat / state

ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମାମୁଁ ଘରୁ ପହଞ୍ଚିଲା ପୋଢୁଆଁ ଭାର

author img

By

Published : Nov 15, 2022, 9:55 PM IST

ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ,ମାମୁଁ ଘରୁ ପହଞ୍ଚିଲା ପୋଢୁଆଁ ଭାର
ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ,ମାମୁଁ ଘରୁ ପହଞ୍ଚିଲା ପୋଢୁଆଁ ଭାର

ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଅଧିକ ପଢନ୍ତୁ

ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ। ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ପହଞ୍ଚିଲା ପୋଢୁଆଁ ଭାର। ବଡଠାକୁର ଜଗନ୍ନାଥ ଓ ବଡ ଭାଇ ବଳଭଦ୍ର ମା' ସୁଭଦ୍ରା ଆସନ୍ତାକାଲି ପୋଢୁଆଁ ହେବେ । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବେଦ୍ୟ ପର୍ଯ୍ୟନ୍ତ ସବୁକିଛି ଶୀକ୍ଷେତ୍ରକୁ କାନ୍ଧେଇ ଆସିଛନ୍ତି । ପୁରାଣ ଓ ଲୋକକଥା ଅନୁସାରେ ବଡଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜୀଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜୀଉ ପକ୍ଷରୁ ପୋଢୁଆଁ କରାଯାଇଥାଏ ।

ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ,ମାମୁଁ ଘରୁ ପହଞ୍ଚିଲା ପୋଢୁଆଁ ଭାର

ପ୍ରଥମାଷ୍ଟମୀ ଏହି ଦିନରେ ଘରର ଜୈଷ୍ଠ ସନ୍ତାନକୁ ବନ୍ଦାପନା କରାଯାଇଥାଏ । ଏହି କ୍ରମରେ ପୁରି ଜଗନ୍ନାଥ ଶ୍ରୀଜିଉଙ୍କ ପୋଢୁଆଁ ନୀତି ହୋଇଥାଏ । କଟକ ଜିଲ୍ଲା ନିଆଳି ଥାନା ଜଗନ୍ନାଥଙ୍କ ମାମୁଁ ଘର ପବିତ୍ର ପୀଠ ମାଧବାନନ୍ଦଜୀୟୁ ମନ୍ଦିରରୁ ପ୍ରଥମାଷ୍ଟମୀ ପାଇଁ ପୋଢୁଆଁ ଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।

ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନରେ ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପତାକା, ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଆସିଥିଲେ। ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଏହି ପୋଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା। ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦ ଜୀଉ ବୋଲି ଉଲ୍ଳେଖ ରହିଛି ବୋଲି ମାଧବା ନନ୍ଦ ଜୀଉ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ତେବେ ବହୁ ପୂର୍ବରୁ ଏହି ପୋଢ଼ୁଆଁ ଭାର ଆସୁଥିବା ବେଳେ କେତେକ ସମସ୍ୟା ଯୋଗୁଁ ଏହା ଆସି ପାରୁ ନ ଥିଲା। ଗତ ୨୦୧୯ ମସିହାରେ ସ୍ଥାନୀୟ ଲୋକ ମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରମ୍ଭ କରିଛନ୍ତି। ସେପଟେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ପରମ୍ପରା ନଥିବା ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଏହି ପୋଢ଼ୁଆଁ ପରମ୍ପରା ଓ ମାଧବାନନ୍ଦ ଜୀଉ ମହାପ୍ରଭୁଙ୍କ ମାମୁଁ ଘର ବୋଲି କିଛି ଉଲ୍ଲେଖ ନାହିଁ। ଏଣୁ ଭକ୍ତ ମାନେ ଦାନ ଦେବା ହିସାବରେ ଏହି ସବୁ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଖାଯାଇଥିବା କୁହାଯାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.