ETV Bharat / state

ବ୍ରହ୍ମଗିରିରେ ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଜଣେ ଆହତ

author img

By

Published : Aug 5, 2022, 7:39 PM IST

ବ୍ରହ୍ମଗିରିରେ ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଜଣେ ଆହତ
ବ୍ରହ୍ମଗିରିରେ ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଜଣେ ଆହତ

ବ୍ରହ୍ମଗିରିରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ବୋମା ମାଡ଼ରେ ଜଣେ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

ବ୍ରହ୍ମଗିରି: ସିଆରା ଗ୍ରାମ ନିକଟରେ ଥିବା ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ବୋମା ମାଡ଼ । ଏଥିରେ ଦୁଇଟି ଚିଙ୍ଗୁଡି ଘେରି ଭାଙ୍ଗି ଯାଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।

ବ୍ରହ୍ମଗିରିରେ ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଜଣେ ଆହତ

ସୂଚନା ଅନୁସାରେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗ୍ରାମ ନିକଟରେ ଏକ ଚିଙ୍ଗୁଡି ଘେରି ରହିଛି । ଏହା ଗ୍ରାମର ୧୯ ଜଣ ପରିବାରଙ୍କ ନାମରେ ରହିଛି । ତେବେ ସେମାନଙ୍କ ମଧ୍ୟରୁ ୫ ପାରିବାର ଘେରିକୁ ଯାଇ ଚାଷ ପାଇଁ ପ୍ରସ୍ତୁତି କରିଥିଲେ । ତାହାକୁ ୧୩ ପାରିବାର ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ୧୩ ପରିବାରର ଲୋକଙ୍କ ଦ୍ବାରା ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ତେବେ ବୋମାମାଡ଼ ଫଳରେ ଦୁଇଟି ଚିଙ୍ଗୁଡି ଘେରି ଭାଙ୍ଗି ଯାଇଥିବା ବେଳେ ସୁମନ୍ତ ପ୍ରଧାନ ନାମକ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଘଟଣା ପରେ ଗାଁର ତାଟି କବାଟ ପଡିଯାଇଛି । ଶାନ୍ତି ରକ୍ଷା ପାଇଁ ଗ୍ରାମରେ ପୋଲିସ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.