ETV Bharat / state

ମା' ବିମଳାଙ୍କର ମହାନବମୀ ପୂଜା, ସୋମବାର ଦଶହରା

author img

By

Published : Oct 24, 2020, 7:10 PM IST

mahanabami puja helds on maa sarala temple in puri
ଦେବୀ ପୀଠରେ ଅନୁଷ୍ଠିତ ହେଲା ମହାନବମୀ, ସୋମବାର ଦଶହରା

ଶନିବାର ସମସ୍ତ ଦେବୀ ପୀଠ ଗୁଡିକରେ ଅନୁଷ୍ଠିତ ହୋଇଛି ମହାନବମୀ । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କର ମହାନବମୀ ପୂଜା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ପୁରୀ: ଶନିବାର ସମସ୍ତ ଦେବୀ ପୀଠ ଗୁଡିକରେ ଅନୁଷ୍ଠିତ ହୋଇଛି ମହାନବମୀ । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କର ମହାନବମୀ ପୂଜା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି । ସେହିପରି ମା' ବିମଳାଙ୍କର ଚଳନ୍ତି ପ୍ରତିମା ଦେବୀ କାକୁଡି ଖାଇଙ୍କ ପୀଠରେ ବିମଳାଙ୍କ ରୀତିନୀତି ଅନୁଯାୟୀ ମହାନବମୀ ଅନୁଷ୍ଠିତ ହୋଇଛି ।

ଦେବୀ ପୀଠରେ ଅନୁଷ୍ଠିତ ହେଲା ମହାନବମୀ, ସୋମବାର ଦଶହରା

ଶନିବାର ମା କାକୁଡି ଖାଇଙ୍କ ନିକଟରେ ପରମ୍ପରା ଅନୁଯାୟୀ ମହାନବମୀ ଅବସରରେ ଶାନ୍ତି ବଳିଥାଏ । ମା' ବିମଳାଙ୍କ ପୀଠରୁ ସ୍ୱତନ୍ତ୍ର ଖଡ୍ଗ ଆସିଥାଏ । ଏହି ଖଡ୍ଗରେ ଶାନ୍ତି ବଳି ପଡିଥାଏ । ସେହିପରି ରବିବାର ବିଶ୍ରାମ ଦିବସ ଥିବାବେଳେ ସୋମବାର ମା କାକୁଡି ଖାଇଙ୍କ ବିଜୟା ଦଶମୀ ଅନୁଷ୍ଠିତ ହେବ।

ସେହିପରି ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ମା' ବିମଳାଙ୍କ ସ୍ୱତନ୍ତ୍ର ମହା ନବମୀ ପୂଜା ହେବ । ତେବେ ସରକାରଙ୍କ କୋଭିଡ କଟକଣା ଓ ଗାଇଡ଼ଲାଇନ ଯୋଗୁ ସବୁ ପୂଜା ମଣ୍ଡପ ଖାଁ ଖାଁ । କୌଣସି ପୂଜା ମଣ୍ଡପ ଏବଂ ପୀଠରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇ ନାହିଁ । ତେବେ ଅଳ୍ପ କିଛି ଲୋକ ମା'ଙ୍କୁ ପୂଜା ମଣ୍ଡପ ଏବଂ ପୀଠ ଗୁଡିକରେ ବାହାରେ ଠିଆ ହୋଇ ଅଳ୍ପ କିଛି ସମୟ ଆରାଧନା କରୁଥିବାର ଦେଖିବାକୁ ମିଳିଥିଲା ।

ସମସ୍ତେ କୋଭିଡ ମହାମାରୀ କିଭଳି ବିନାଶ ହେଉ ସେ ନେଇ ଦେବୀଙ୍କୁ ପ୍ରାର୍ଥନା କରୁଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.