ETV Bharat / state

ଶ୍ରୀକ୍ଷେତ୍ର ଦେବୀ ପୀଠରେ ଆଜି ମହାସପ୍ତମୀ

author img

By

Published : Oct 22, 2020, 2:05 PM IST

ଶ୍ରୀକ୍ଷେତ୍ର ଦେବୀ ପୀଠରେ ଆଜି ମହାସପ୍ତମୀ
ଶ୍ରୀକ୍ଷେତ୍ର ଦେବୀ ପୀଠରେ ଆଜି ମହାସପ୍ତମୀ

ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜି ଦେବୀ ପୀଠ ଗୁଡ଼ିକରେ ମହା ସପ୍ତମୀ । ଆଜି ପୀଠରେ ମା' ଙ୍କ ପାଣି ତୋଳା ସମେତ ବିଲ୍ଵ ବରଣ କରାଯାଇ ମା' ଙ୍କୁ ଆବାହନ କରାଯିବ। ସେ ନେଇ ଶ୍ରୀକ୍ଷେତ୍ରରେ ବିଭିନ୍ନ ପୂଜା ମଣ୍ଡପରେ ମହା ସପ୍ତମୀ ପୂଜା ନେଇ ପ୍ରସ୍ତୁତି ଶେଷ ହୋଇଛି।

ପୁରୀ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜି ଦେବୀ ପୀଠ ଗୁଡ଼ିକରେ ମହା ସପ୍ତମୀ । ଆଜି ପୀଠରେ ମା' ଙ୍କ ପାଣି ତୋଳା ସମେତ ବିଲ୍ଵ ବରଣ କରାଯାଇ ମା' ଙ୍କୁ ଆବାହନ କରାଯିବ। ସେ ନେଇ ଶ୍ରୀକ୍ଷେତ୍ରରେ ବିଭିନ୍ନ ପୂଜା ମଣ୍ଡପରେ ମହା ସପ୍ତମୀ ପୂଜା ନେଇ ପ୍ରସ୍ତୁତି ଶେଷ ହୋଇଛି।

ଶ୍ରୀକ୍ଷେତ୍ର ଦେବୀ ପୀଠରେ ଆଜି ମହାସପ୍ତମୀ

ତେବେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ କୌଣସି ଭକ୍ତଙ୍କୁ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ବାରଣ କରାଯାଇଛି । ସେହିପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି । ତେବେ ଶାରଦୀୟ ଦୁର୍ଗା ପୂଜାକୁ ଶ୍ରୀକ୍ଷେତ୍ର ଏକ ନିଆରା ଢଙ୍ଗରେ ପାଳନ କରାଯାଏ। ଶହ ଶହ ବର୍ଷ ହେବ ଦୁର୍ଗା ପୂଜା ଶ୍ରୀକ୍ଷେତ୍ରରେ ବିଭିନ୍ନ ଦେବୀ ପୀଠ ଗୁଡ଼ିକରେ ଗୋଶାଣୀ ଦେବୀଙ୍କୁ ପୂଜା କରାଯାଏ । ଆଉ ଏହି ଗୋଶାଣୀ ମୂର୍ତ୍ତି ନିର୍ମାଣ ଓ ସାଜସଜା ସମ୍ପୂର୍ଣ୍ଣ ନିଆରା । ଯାହାକି ରାଜ୍ୟରେ କୌଣସି ସ୍ଥାନରେ ଦୁର୍ଗା ପୂଜା ହୁଏନାହିଁ ।

ଗୋଶାଣୀ ମୂର୍ତ୍ତି ଗୁଡିକ ସାଧରଣତଃ ବେଶ୍‌ ବିଶାଳ ଆକାରର । ଏହି ନିଆରା ଗୋଶାଣୀ ପୂଜା ଦେଖିବା ପାଇଁ ସାରା ଦେଶରୁ ହଜାର ହଜାର ଭକ୍ତ ପୁରୀକୁ ପ୍ରତିବର୍ଷ ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହେତୁ ଏହି ଗୋଶାଣୀ ପୂଜା ନିରାଡ଼ମ୍ବର ଭାବେ ପାଳନ ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.