ETV Bharat / state

ପୁରୀରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ ବସ

author img

By ETV Bharat Odisha Team

Published : Jan 19, 2024, 3:18 PM IST

ଜଗନ୍ନାଥ ଏକ୍ସପ୍ରେସ ବସ
Jagannath express bus

Sri Jagannath express Reach Puri: ପୁରୀରେ ଜଗନ୍ନାଥ ଏକ୍ସପ୍ରେସକୁ ସ୍ବାଗତ । ବସ ଯୋଗେ ପୁରୀରେ ପହଞ୍ଚିଲେ ଯାତ୍ରୀ । ଅଧିକ ପଢନ୍ତୁ

Jagannath express bus

ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ବସରେ ପୁରୀ ଯାତ୍ରା କରି ଖୁସି ବ୍ୟକ୍ତ କଲେ ଯାତ୍ରୀ । ଯାତ୍ରା ଆରାମ ଦାୟକ ରହିଥିବା ବେଳେ ଏହା ପୁରୀ ଆସୁଥିବା ଯାତ୍ରୀଙ୍କ ପାଇଁ ବେସ ଲାଭଦାୟକ ବୋଲି ଯାତ୍ରୀ ମତ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ଗୁରୁବାର ପୁରୀ ଅଭିମୁଖେ ବସ ସେବା ଆରମ୍ଭ ହୋଇଥିଲା । ଯାହା ଆଜି ସକାଳ ସମୟରେ ପୁରୀରେ ପହଞ୍ଚିଛି । ମାଲକାନଗିରି ଓ ରାୟଗଡାରୁ ଆସିଥିବା ବସ ପୁରୀରେ ପହଞ୍ଚିଛି । ଏଗୁଡିକୁ ଜିଲ୍ଲା ଆରଟିଓ ପକ୍ଷରୁ ସ୍ବାଗତ କରାଯାଇଛି ।

ପୁରୀ ଆରଟିଓ ରବିନ ପଟ୍ଟନାୟକ କହିଛନ୍ତି, ''ଗୁରୁବାର ମୁଖ୍ୟମନ୍ତ୍ରୀ 12ଟି ଜିଲ୍ଲାରୁ ଜଗନ୍ନାଥ ଏକ୍ସପ୍ରେସ ବସ ସେବାକୁ ଉଦଘାଟନ କରିଥିଲେ । ବସ ଗୁଡିକ ପୁରୀରେ ଏବେ ପହଞ୍ଚୁଛି । ଓଏସଆରସିଟି ଜେନେରାଲ ମ୍ୟାନେଜର ଟିମ ସମସ୍ତ ଯାତ୍ରୀଙ୍କୁ ସ୍ବାଗତ କରୁଛନ୍ତି । ବିଭିନ୍ନ ଜିଲ୍ଲାରୁ ସିଧାସଳଖ ଭାବେ ପୁରୀ ଆସିପାରିବେ ଯାତ୍ରୀ । ଦିନରେ ଦର୍ଶନ କରିବା ପରେ ରାତିରେ ସେହି ବସରେ ନିଜ ଜିଲ୍ଲାକୁ ଫେରିପାରିବେ । ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହା ଭଲବୋ ବସ, ଏସି ସହ ଆରାମ ଦାୟକ ସିଟ ବ୍ୟବସ୍ଥା ମଧ୍ୟ ରହିଛି । ମହିଳା ମାନଙ୍କ ପାଇଁ 50 ପ୍ରତିଶତ ଟିକେଟ ଛାଡ ।''

ବସ ଡ୍ରାଇଭର କହିଛନ୍ତି,''ଏହି ବସରେ ସମସ୍ତ ବର୍ଗର ବୟସ୍କ ଲୋକଙ୍କ ପାଇଁ ସୁବିଧା ରହିଛି । ସେମି ସ୍ଲିପର ବ୍ୟବସ୍ଥା ମଧ୍ୟ ରହିଛି । ଏସି ଲାଗିଛି । ମହିଳାମାନଙ୍କ ପାଇଁ ଭଡା 50 ପ୍ରତିଶତ କମ ରହିଛି । ବସରେ ସିସିଟିଭିର ବ୍ୟବସ୍ଥା ମଧ୍ୟ ରହିଛି । ଆମେ ବେଙ୍ଗାଲୁରୁରେ ଟ୍ରେନିଂ ନେଇଥିଲୁ । ପରେ ଭୁବନେଶ୍ବରରେ ନେଇଥିଲୁ ।''

ଏହା ମଧ୍ୟ ପଢନ୍ତୁ-ଶ୍ରୀକ୍ଷେତ୍ରକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ ବସ୍, ମହିଳାଙ୍କ ପାଇଁ ୫୦% ରିହାତି

ଓଏସଆରସିଟି କର୍ମଚାରୀ କହିଛନ୍ତି, ''ଏହି ବସ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବ । ମହିଳା ମାନଙ୍କ ପାଇଁ ଭଡା 50 ପ୍ରତିଶତ ରହିଛି । ପଲ୍ଲୀ ଅଞ୍ଚଳର ଲୋକ ମାନେ ଜଗନ୍ନାଥଙ୍କୁ ଦର୍ଶନ କରିପାରୁନଥିଲେ । ଏବେ ବସ ଯୋଗେ କମ ପଇସାରେ ପୁରୀ ଆସି ଦର୍ଶନ କରିପାରିବେ ।''

ଜଣେ ଯାତ୍ରୀ କହିଛନ୍ତି, ''ଜଗନ୍ନାଥଙ୍କ କୃପା ଓ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ପ୍ରଥମ ଥର ପାଇଁ ପୁରୀକୁ ଏପରି ଏକ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ସ୍ବପ୍ନ ଥିଲା ଭଲବୋ ବସ । ଏହା ଏବେ ସାକାର ହୋଇଛି । ଯାତ୍ରା ବେସ ଆରାମଦାୟକ ।''

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଶ୍ରୀକ୍ଷେତ୍ରକୁ ଗୁରୁବାର ଗଡ଼ିଥିଲା ଜଗନ୍ନାଥ ଏକ୍ସପ୍ରେସ ବସ୍ । ଏହି ବସ ସେବାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୧୨ଟି ଜିଲ୍ଲାରୁ ବସ ଗଡ଼ିଥିଲା । ରାଜ୍ୟର ସମସ୍ତ 30 ଜିଲ୍ଲାରୁ ଗଡିବ 80 ସୁପର ପ୍ରିମିୟମ ବସ । ବସ ଗୁଡ଼ିକ ଜିଲ୍ଲା ସଦର ମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.