ETV Bharat / state

ବାଲୁକାକଳାରେ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା

author img

By

Published : Sep 4, 2021, 8:11 PM IST

international Sand artist sudarsan pattnaik congratulates pramod bhagat with Sand art at Puri beach for gold medal at Paralympics
ବାଲୁକା ଚିତ୍ରକଳାରେ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା

ଟୋକିଓରେ ଚାଲିଥିବା ମେଗା ପାରାଲମ୍ପିକରେ ବ୍ୟାଡମିଣ୍ଟନରେ ସ୍ଵର୍ଣ ପଦକ ଜିତିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

ପୁରୀ: ଟୋକିଓରେ ଚାଲିଥିବା ମେଗା ପାରାଲମ୍ପିକରେ ବ୍ୟାଡମିଣ୍ଟନରେ ସ୍ଵର୍ଣ ପଦକ ଜିତିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଦେଶକୁ ସେ ଗର୍ବିତ କରିଥିବା ହେତୁ ବିଭିନ୍ନ ମହଲରୁ ପ୍ରମୋଦଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବାଲୁକାକଳାରେ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା

ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରମୋଦଙ୍କ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ନିର୍ମିତ ଏହି ବାଲୁକା ଚିତ୍ରକଳାରେ ସୁଦର୍ଶନ, ପ୍ରମୋଦଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ତ୍ରିରଙ୍ଗା, ସ୍ବର୍ଣ୍ଣ ପଦକ ଆଙ୍କି ଜୟ ହୋ ଲେଖି ପ୍ରମୋଦଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.