ETV Bharat / state

ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ

author img

By ETV Bharat Odisha Team

Published : Dec 2, 2023, 7:10 AM IST

International sand art festival: କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ । ଓଡ଼ିଶା ସରକାର ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଭାରତର ସର୍ବ ବୃହତ୍ ବାଲୁକା ଚିତ୍ରକଳା ମହୋତ୍ସବ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ବାଲୁକା ଚିତ୍ରକଳା ମହୋତ୍ସବ
ବାଲୁକା ଚିତ୍ରକଳା ମହୋତ୍ସବ

ବାଲୁକା ଚିତ୍ରକଳା ମହୋତ୍ସବ

ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ । ଓଡ଼ିଶା ସରକାର ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେରେ ଭାରତର ସର୍ବ ବୃହତ୍ ବାଲୁକା ଚିତ୍ରକଳା ମହୋତ୍ସବ ଆରମ୍ଭ ହୋଇଛି । ଆସନ୍ତା ଡ଼ିସେମ୍ବର 5 ତାରିଖ ପର୍ଯ୍ୟନ୍ତ ଏହି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଅନୁଷ୍ଠିତ ହେବ । ଶହେରୁ ଅଧିକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି ।

ଆମେରିକା, ଅଷ୍ଟ୍ରେଲିଆ, ବେଲାଋଷ, ଋଷିଆ ଆଦି ବିଦେଶରୁ ମଧ୍ୟ ଅନେକ ବାଲୁକା ଚିତ୍ର ଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି । ଡିସେମ୍ବର 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାଲୁକା ଚିତ୍ରକଳା ମହୋତ୍ସବରେ ପ୍ରତିଦିନ ଏକ ଥିମ୍ ଦିଆଯିବ । ସେହି ଥିମ୍ ଅନୁଯାୟୀ ଚିତ୍ର ଶିଳ୍ପୀମାନେ ବାଲୁକା ଚିତ୍ରକଳା ତିଆରି କରିବେ । ତେବେ ପ୍ରଥମ ଦିନରେ କଲଚର ଓ ହେରିଟେଜ୍ ଥିମ୍ ରହିଛି । ଏହି ବାଲୁକା ଚିତ୍ରକଳା ମହୋତ୍ସବକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ବାଲିଯାତ୍ରାରେ କିନ୍ନର ହେଉଛନ୍ତି ସ୍ୱାବଲମ୍ବୀ, ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ଼

ଓଡ଼ିଶା ପର୍ଯ୍ୟଟନ ନିଗମ (otdc)ର ଅଧ୍ୟକ୍ଷ ଲେନିନ୍ ମହାନ୍ତି ଏବଂ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯକ୍ରମକୁ ଉଦଘାଟିତ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଲେନିନ ମହାନ୍ତି କହିଛନ୍ତି ଯେ, କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ସାରା ବିଶ୍ଵରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଏହାକୁ ଦେଖିବାକୁ ହଜାର ହଜାର ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହା ଦ୍ବାରା ଓଡ଼ିଶାର କଳା ଭାସ୍କର୍ଯ୍ୟର ପ୍ରଚାର ପ୍ରସାର ହେଉଛି ।

ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, କୋଣାର୍କ ଚନ୍ଦ୍ରଭାଗାରେ ହେଉଥିବା ବାଲୁକା ଚିତ୍ରକଳା ମହୋତ୍ସବ ସାରା ଭାରତରେ ସର୍ବ ବୃହତ୍ ବାଲୁକା ଚିତ୍ର କଳା ମହୋତ୍ସବ । ଏହାକୁ ଦେଶ ବିଦେଶରୁ ଅନେକ ଅର୍ଟିଷ୍ଟ ଆସିଥାନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି । ସେପଟେ ଏହି ବିଭିନ୍ନ ରାଜ୍ୟରୁ ଆସି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଥିବା ଅର୍ଟିଷ୍ଟମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଏଭଳି କାର୍ଯକ୍ରମ ଏକ ସୁଯୋଗ ହୋଇ ଥିବା ବେଳେ ସବୁ ଅର୍ଟିଷ୍ଟ ଏଠାରେ ନିଜରର କଳା ଦେଖାଇବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.