ETV Bharat / state

ଜିଏସଟି ସରଳୀକରଣ ଦାବିରେ 26ରେ ଭାରତ ବନ୍ଦ ଡାକରା

author img

By

Published : Feb 24, 2021, 10:11 PM IST

India will be called off on the 26th
ଜିଏସଟି ସରଳୀକରଣ ଦାବିରେ 26ରେ ଭାରତ ବନ୍ଦ ଡାକରା

ଜିଏସଟି ସରଳୀକରଣ ଦାବିରେ 26ରେ ଭାରତ ବନ୍ଦ ଡାକରା । ପୁରୀ ଡିଷ୍ଟ୍ରିବ୍ୟୁସନ ଆଣ୍ଡ ଟ୍ରେଡ଼ର ଆସୋସିଏସନ ଏହାକୁ ସମର୍ଥନ କରିଛି । ଅଧିକ ପଢନ୍ତୁ...

ପୁରୀ: ଆସନ୍ତା 26 ତାରିଖରେ ଭାରତ ବନ୍ଦ ଡାକରା। କେନ୍ଦ୍ର ସରକାରଙ୍କ ଜିଏସଟି ଟ୍ୟାକ୍ସ ବିରୋଧରେ ଏହି ବନ୍ଦ ଡାକରା ଭାରତୀୟ ବ୍ୟବସାୟୀ ସଂଘ ଦେଇଛି। ଏହାକୁ ସମର୍ଥନ କରି ଓଡିଶାରେ ବ୍ୟବସାୟୀମାନେ ବନ୍ଦ ପାଳନ କରୁଥିବା ବେଳେ ପୁରୀ ଡିଷ୍ଟ୍ରିବ୍ୟୁସନ ଆଣ୍ଡ ଟ୍ରେଡ଼ର ଆସୋସିଏସନ ଏହାକୁ ସମର୍ଥନ କରି ପୁରୀ ବନ୍ଦ ପାଳନ ନେଇ ପ୍ରସ୍ତୁତି କରିଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଆସୋସିଏସନ। ଅନୁଷ୍ଠାନ ସଭାପତିଙ୍କ କହିବା କଥା ଜିଏସଟି ଆସିବା ପରେ ଛୋଟରୁ ବଡ଼ ବ୍ୟବସାୟୀ ଟ୍ୟାକ୍ସ ଦେବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜିଏସଟି ସରଳୀକରଣ ଦାବିରେ 26ରେ ଭାରତ ବନ୍ଦ ଡାକରା

ଵିଶେଷ ଏହାର ଜଟିଳ ନିୟମକୁ ପାଳନ କରିବା କଷ୍ଟକର । ଟ୍ୟାକ୍ସକୁ ନେଇ ଥିବା ଜୋରିମାନା ମଧ୍ୟ ଅତ୍ୟଧିକ ରହିଛି। ଯଦି କୌଣସି ଅସୁବିଧାରେ କୌଣସି ବ୍ୟବସାୟୀ ଜିଏସଟି ଦେଇ ନାହାନ୍ତି ଅତ୍ୟଧିକ ଜରିମାନା ଦେବାକୁ ପଡୁଛି। ଫଳରେ ଜଣେ ବ୍ୟବସାୟୀ ଚାପରେ ରହିବା ଫଳରେ ବ୍ୟବସାୟ ପ୍ରତି ବିମୁଖ ହେଉଛି। ଏଣୁ ଜିଏସଟିକୁ ସରଳି କରଣ ଦାବି କରିଛି ବ୍ୟବସାୟୀ ସଙ୍ଘ । ଏହି ବାର୍ତ୍ତା ଦେବା ପାଇଁ ଆସନ୍ତା 26 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.