ETV Bharat / state

Panchayat Poll: ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ପୁରୀର 31 ନଂ ଜୋନ

author img

By

Published : Feb 17, 2022, 1:28 PM IST

Panchayat Poll: 31  ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର
Panchayat Poll: 31 ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ସରଗରମ ରାଜନୀତି । ଆସନ୍ତା 20 ତାରିଖରେ ପୁରୀ ଜିଲ୍ଲାର ସଦର ଓ ସତ୍ୟବାଦି ବ୍ଳକରେ ନିର୍ବାଚନ ଅନୁଷ୍ଠିତ ହେବ ।‌ 31 ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର । ଅଧିକ ପଢନ୍ତୁ

ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ସରଗରମ ରାଜନୀତି । କିଏ କେତେ ଲୋକମତ ହାତେଇବ ତାକୁ ନେଇ ଆରମ୍ଭ ହୋଇ ଗଲାଣି କଳ୍ପନାଜଳ୍ପନା । ଆସନ୍ତା 20 ତାରିଖରେ ପୁରୀ ଜିଲ୍ଲାର ସଦର ଓ ସତ୍ୟବାଦି ବ୍ଳକରେ ନିର୍ବାଚନ ଅନୁଷ୍ଠିତ ହେବ ।‌ ଭୋଟର ମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ପ୍ରସ୍ତୁତ ହେଉଛି ରଣକୌଶଳ ।

Panchayat Poll: 31 ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

କିଏ ବିକାଶର କଥା କହି ଭୋଟରଙ୍କ ମନ ଜିଣୁଛି ତ ଆଉ କିଏ ଦୁର୍ନୀତିକୁ ପ୍ରସଙ୍ଗ କରି ଭୋଟରଙ୍କ ନିକଟତର ହେବା ପାଇଁ ଉଦ୍ୟମ କରୁଛନ୍ତି । ଆଉ ମାତ୍ର ଦୁଇଦିନ ନିର୍ବାଚନ ପ୍ରଚାର ଥିବାରୁ ପୁରୀ ଜିଲ୍ଲାର ସତ୍ୟବାଦୀ 31 ନମ୍ବର ଜୋନରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ଜାରି ରହିଛି । ସତ୍ୟବାଦି ବ୍ଳକର ଶୁକଳ ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ କେଟିଲି ଚିହ୍ନରେ ବସନ୍ତ କୁମାର ବିଶ୍ବାଳ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାରାୟଣ ରାଉତରାୟ ନିର୍ବାଚନ ଲଢ଼ୁଛନ୍ତି ।

ବିଗତ ଅନେକ ବର୍ଷ ହେବ ସମାଜସେବାରେ ନିଜକୁ ଲିପ୍ତ ରଖିଥିବାରୁ ଭୋଟର ମାନେ ତାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ବସନ୍ତ କୁମାର ବିଶ୍ବାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ଲୋକାଭିମୁଖୀ ଯୋଜନାରେ ପ୍ରଭାବିତ ହୋଇ ନାରାୟଣ ରାଉତରାୟ ବିଜେଡ଼ିରେ ସାମିଲ ହୋଇ ଥିବା ବେଳେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହେଲେ ଆଗାମୀ ଦିନରେ 31 ନମ୍ବର ଜୋନ ଅଞ୍ଚଳରେରେ ଥିବା ସମସ୍ତ ସମସ୍ୟା ଦୂର କରିବେ ଏହି ମୁଦ୍ଦା ନେଇ ପ୍ରଚାର ଜାରିରଖିଛନ୍ତି । ଚଳିତଥର ସତ୍ୟବାଦୀ 31 ନମ୍ବର ଜୋନରେ କଡା ଟକ୍କର ହେଉଥିବା ନେଇ ଚର୍ଚ୍ଚା ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.