ETV Bharat / state

ଚେତିଲା ଜିଲ୍ଲା ପ୍ରଶାସନ, ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ହେଲା ଯାଞ୍ଚ

author img

By

Published : Apr 1, 2023, 8:37 PM IST

Updated : Apr 1, 2023, 9:12 PM IST

fire security system check
fire security system check

ହୋଟେଲ୍ ସମ୍ରାଟରେ ଅଗ୍ନିକାଣ୍ଡ ଘଟଣା ପରେ ଆକ୍ସନ ମୋଡରେ ପୁରୀ ଜିଲ୍ଲା ପ୍ରଶାସନ । ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ହେଲା ଯାଞ୍ଚ । ଅଧିକ ପଢନ୍ତୁ

ଚେତିଲା ଜିଲ୍ଲା ପ୍ରଶାସନ, ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ହେଲା ଯାଞ୍ଚ

ପୁରୀ: ହୋଟେଲ୍ ସମ୍ରାଟରେ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ଏବେ ପୁରା ଆକ୍ସନ ମୋଡରେ ଜିଲ୍ଲା ଓ ପୋଲିସ ପ୍ରଶାସନ । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କଲା ଅଗ୍ନିଶମ ବାହିନୀ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିଛନ୍ତି ତାହା କେତେଦୂର କାର୍ଯ୍ୟକ୍ଷମ ହେଉଛି ସେନେଇ ମଧ୍ୟ ଯାଞ୍ଚ ହେଉଛି ।

ପୁରୀରେ ଥିବା ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଚଢାଉ ଓ ଯାଞ୍ଚ କରାଯାଇଛି । ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ବିଭିନ୍ନ ଲଜିଂ, ହୋଟେଲ, ରେଷ୍ଟୁରାଣ୍ଟ ଓ ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି କି ନାହିଁ, ଫାୟାର ସେଫ୍ଟି ସାର୍ଟିଫିକେଟ ରଖିଛନ୍ତି କି ନାହିଁ, ସିସିଟିଭିର ବ୍ୟବହାର ଓ ବ୍ୟାକଅପ୍‌ ରଖିଛନ୍ତି କି ନାହିଁ ସେନେଇ ଯାଞ୍ଚ କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- ପୁରୀ ବଡଦାଣ୍ଡରେ ନିଆଁ; ସମ୍ରାଟ ସପିଂ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ ଅନେକ ପର୍ଯ୍ୟଟକ

ସେହିପରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରିନଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିଛନ୍ତି ତାହା କେତେଦୂର କାର୍ଯ୍ୟକ୍ଷମ ହେଉଛି ସେନେଇ ମଧ୍ୟ ଅଗ୍ନିଶମ ବିଭାଗ ଦ୍ଵାରା ପରୀକ୍ଷଣ କରାଯାଇଥିଲା । ଗତ ମାର୍ଚ୍ଚ ୮ ତାରିଖରେ ପୁରୀ ବଡ଼ଦାଣ୍ଡରେ ଥିବା ସମ୍ରାଟ୍ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୪୦ଟି ଦୋକାନ ଗୃହ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିଲା ।

କୋଟିକୋଟି ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିଲା । ଦୀର୍ଘ ୩୬ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ବିଶେଷ କରି ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ତେବେ ପୁରୀରେ ଅନେକ ହୋଟେଲ, ଲଜ୍‌, ମାର୍କେଟ କମ୍ପ୍ଲେକ୍ସ ରହିଛି ଯାହାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଏଣୁ ଧନ ଜୀବନ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ପ୍ରଶାସନ ଆଜି ବିଭିନ୍ନ ଅନୁଷ୍ଠାନ ଉପରେ ଚଢାଉ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଛି । ତେବେ ଏହାକୁ ନିୟମିତ ଯାଞ୍ଚ କଲେ ହିଁ ସୁଫଳ ମିଳିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Apr 1, 2023, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.