ETV Bharat / state

ବଜ୍ରାଘାତରେ ଚାଷୀ ମୃତ

author img

By

Published : Jun 2, 2021, 12:14 PM IST

ବଜ୍ରାଘାତରେ ଚାଷୀ ମୃତ
ବଜ୍ରାଘାତରେ ଚାଷୀ ମୃତ

ଚାଷ ଜମିକୁ ବୁଲିବାକୁ ଯାଇଥିବା ସମୟରେ ବଜ୍ରପାତରେ ଟଳିପଡିଲେ ବୃଦ୍ଧ । ଅଧିକ ପଢନ୍ତୁ...

ବ୍ରହ୍ମଗିରି: ବଜ୍ରାଘାତରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଚାଷୀ ନିଜ ଚାଷ ଜମିକୁ ବୁଲିବାକୁ ଯାଇଥିବା ସମୟରେ ବଜ୍ରପାତ ହେବାରୁ ତାଙ୍କ ପ୍ରାଣହାନୀ ଘଟିଛି ।

ମୃତକ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୁଆ ଗାଁର ରଘୁନାଥ ବେହେରା(60) । ସକାଳୁ ନିଜ ଚାଷ ଜମି ଦେଖିବାକୁ ଯାଇ ଥିବାବେଳେ ବଜ୍ରାଘାତରେ ଟଳିପଡିଛନ୍ତି ରଘୁନାଥ । ତାଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.