ETV Bharat / state

Entry To Srimandir Restricted: ରାତି 8ଟା 30 ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା

author img

By

Published : Jan 7, 2022, 4:29 PM IST

ରାତି 8ଟା 30 ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା
ରାତି 8ଟା 30 ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା

ଶ୍ରୀମନ୍ଦିର ଛତିଶା ବୈଠକରେ କୋଭିଡ ସ୍ଥିତି ନେଇ ହେବ ଆଲୋଚନା । ନାଇଟ କାର୍ଫ୍ୟୁ ପାଇଁ ରାତି 9ଟା ପରଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା । ଅଧିକ ପଢନ୍ତୁ

ପୁରୀ: କୋଭିଡ ସଂକ୍ରମଣ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ ବି କିଛି କୋଭିଡ ସଂକ୍ରମିତ ହେଲେଣି । ଫଳରେ ପୁରୀ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କୋଭିଡ ସଂକ୍ରମିତ ଅଧିକ ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି ।

ରାତି 8ଟା 30 ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା

ଏଣୁ, କିଭଳି ଶ୍ରୀମନ୍ଦିର ଭିତରେ କୋଭିଡ ଗାଇଡ଼ଲାଇନ କଡାକଡି କରିହେବ, କ’ଣ ବିକଳ୍ପ ବ୍ୟବସ୍ଥା ରହିଛି, ଶ୍ରୀମନ୍ଦିର ପୂର୍ବ ଭଳି ଭକ୍ତଙ୍କ ପାଇଁ ବନ୍ଦ କରିବା ଉଚିତ ହେବ କି ସେନେଇ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ନିଷ୍ପତ୍ତି ହେବ ।

ଭର୍ଚୁଆଲ ମୋଡ଼ରେ ଏହି ବୈଠକ ହେବ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଛତିଶା ନିଯୋଗ ସଦସ୍ୟ, ପୁରୀ ଜିଲ୍ଲାପାଳ ଏହି ବୈଠକରେ ଉପସ୍ଥିତ ରହିବେ । ସେପଟେ ଆଜିଠାରୁ ସବୁ ସହରାଞ୍ଚଳରେ ରାତି 9ଟାରୁ ସକାଳ 5ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେଉଥିବା ଦୃଷ୍ଟିରୁ ଶ୍ରୀମନ୍ଦିରରେ ମଧ୍ୟ ଦର୍ଶନ ନେଇଥିବା ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି ।

ଏଣିକି ଭକ୍ତ ମନେ ରାତି 8ଟା 30 ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ରାତି 9ଟା ପୂର୍ବରୁ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବେ । ରାତି 8ଟା 30 ପରେ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.