ETV Bharat / state

ଜାରି ରହିଛି ଏମାର ମଠ ଉଚ୍ଛେଦ ପ୍ରକ୍ରିୟା

author img

By

Published : Aug 30, 2019, 10:48 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିରରେ ଚାଲିଛି ରାଜ୍ୟର ସର୍ବବୃହତ୍ତ ମଠ ଏମାରର ଉଚ୍ଛେଦ ପ୍ରକ୍ରିୟା । ପ୍ରାୟ 30 ପ୍ଲାଟୁନ ଫୋର୍ସ ସହ 10 ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା ।

ପୁରୀ: ଶୁକ୍ରବାର ମଧ୍ୟ ପୁରୀରେ ଥିବା ରାଜ୍ୟର ସର୍ବବୃହତ୍ତ ମଠ ଏମାରର ଉଚ୍ଛେଦ ପ୍ରକ୍ରିୟା । ଗୁରୁବାର ଅଧାରେ ଅଟକି ଥିବା ଉଚ୍ଛେଦକୁ ଆଜି ପ୍ରଶାସନ ପକ୍ଷରୁ ପୁଣି ଥରେ ଚାଲୁ କରାଯାଇଛି । ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ପ୍ରକ୍ରିୟା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ 10ଜଣ ମାଜିଷ୍ଟ୍ରେଟ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଗୁରୁବାର ଐତିହାସିକ ଏମାର ମଠ ଉଚ୍ଛେଦ ବେଳେ ଗୁପ୍ତ କୋଠରୀର ସନ୍ଧାନ ମିଳିଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା । ଘଟଣାସ୍ଥଳରୁ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.