ETV Bharat / state

ନକଲି ଔଷଧକୁ ନେଇ ସତର୍କ କଲା ଔଷଧ ବ୍ୟବସାୟୀ ସଂଘ

author img

By

Published : Oct 1, 2022, 10:29 AM IST

ନକଲି ଔଷଧକୁ ନେଇ ସତର୍କ କଲା ଔଷଧ ବ୍ୟବସାୟୀ ସଂଘ
ନକଲି ଔଷଧକୁ ନେଇ ସତର୍କ କଲା ଔଷଧ ବ୍ୟବସାୟୀ ସଂଘ

ନକଲି ଔଷଧକୁ ନେଇ ପୁରୀରେ ଲୋକଙ୍କ ମଧ୍ୟରେ ଆତଙ୍କ । ନକଲି ଔଷଧ କାରବାର ରୋକିବା ପାଇଁ ଅଣ୍ଟା ଭିଡ଼ିଲା ପୂରୀ ଜିଲା ଔଷଧ ବ୍ୟବସାୟୀ ସଙ୍ଘ । ଅଧିକ ପଢନ୍ତୁ

ପୁରୀ: ନକଲି ଔଷଧକୁ ନେଇ ପୁରୀ ଜିଲ୍ଲାରେ ଆତଙ୍କ ଖେଳିଯାଇଛି । ଔଷଧ ନାଁରେ ନକଲି ଔଷଧ ବିକ୍ରି ନେଇ ବଜାରରେ ସୃଷ୍ଟି ହୋଇଛି ହଇଚଇ। ଔଷଧ କିଣିବା ଆଗରୁ ଚିନ୍ତାରେ ପଡିଯାଉଛନ୍ତି ସାଧାରଣ ଗ୍ରାହକ।

ନକଲି ଔଷଧକୁ ନେଇ ସତର୍କ କଲା ଔଷଧ ବ୍ୟବସାୟୀ ସଂଘ

ତେବେ ସୂଚନା ଅନୁଯାୟୀ, ସହରରେ ନକଲି ଔଷଧ କାରବାର ନେଇ ସୃଷ୍ଟି ହୋଇଛି ଆତଙ୍କର ବାତାବରଣ । ସେପଟେ ନକଲି ଔଷଧ କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଗେଇ ଆସିଛି ପୁରୀ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ । ତେବେ ସଂଘର ସାଧାରଣ ପରିଷଦ ବୈଠକରେ ସମସ୍ତ କର୍ମକର୍ତ୍ତା ଏବଂ ସଂଘର ଅନୁମୋଦିତ ଔଷଧ ଦୋକାନୀଙ୍କୁ ସଠିକ୍ ଔଷଧ ବିକ୍ରି କରିବା, ଲୋକଙ୍କୁ ଅସଲି ଓ ନକଲି ଔଷଧ ଉପରେ ସଚେତନ କରାଇବା ଏବଂ ଯେଉଁ ଅସାଧୁ ବ୍ୟବସାୟୀମାନେ ନକଲି ଔଷଧ କାରବାରରେ ଲିପ୍ତ ଅଛନ୍ତି ସେମାନଙ୍କ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେବା ନେଇ ପୁରୀ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ କର୍ମକର୍ତ୍ତାଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀ ଜିଲ୍ଲା ଔଷଧ ସଂଘରେ ପ୍ରାୟ ୭ଶହରୁ ଊର୍ଦ୍ଧ୍ବ ବ୍ୟବସାୟୀ ଅଛନ୍ତି । ନିଷ୍ଠାର ସହିତ ଲୋକଙ୍କୁ ସମସ୍ତ ସେବା ମଧ୍ୟ ଯୋଗାଇ ଆସୁଛନ୍ତି ।‌ ତେବେ ଔଷଧ ଦୋକାନରୁ ଔଷଧ କିଣିବା ବେଳେ ଗ୍ରାହକ ମାନେ ରିହାତି ପ୍ରତି ଅଧିକ ଧ୍ୟାନ ନ ଦେଇ ସଠିକ୍ ଔଷଧ କିଣନ୍ତୁ ଏବଂ ବିଲ୍ ମାଗନ୍ତୁ ବୋଲି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ସେପଟେ ଜିଲ୍ଲା ଡ୍ରଗ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ, ଯେଉଁ ନକଲି ଔଷଧ ବଜାରକୁ ଆସିଥିଲା ତାହାକୁ ଫେରାଇ ନିଆଯାଇଛି । ଏଥିସହ ସ୍ବତନ୍ତ୍ର ଟିମ୍ ବିଭିନ୍ନ ଔଷଧ ଦୋକାନକୁ ଯାଇ ମଧ୍ୟ ନିୟମିତ ପରିଦର୍ଶନ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଔଷଧ ବ୍ୟବସାୟ କରିବାକୁ ସଚେତନ କରାଯାଉଥିବା ବେଳେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଡ୍ରଗ୍ ଅଧିକାରୀ ।

ଏନେଇ ପୁରୀ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ମହାପାତ୍ର କହିଛନ୍ତି, " ଔଷଧ ବ୍ୟବସାୟ ବର୍ତ୍ତମାନ ସଙ୍କଟଜନକ ପରିସ୍ଥିରେ ଗତି କରୁଛି । ଆମର ପୁରୀ ଜିଲ୍ଲାରେ 700ରୁ ଊର୍ଦ୍ଧ୍ବ ଔଷଧ ଦୋକାନ ଅଛନ୍ତି । ସେମାନେ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ଅନଲାଇନ ଦ୍ବାରା ଅଧିକ ରିହାତି ମିଳୁଥିବା ବେଳେ ଦୋକାନରେ ସେତିକି ରିହାତି ମିଳିପାରୁନି । ଏହା ସହିତ ଅନଲାଇନ ମାଧ୍ୟମରେ ନକଲି ଔଷଧ ମଧ୍ୟ ଆସୁଛି । ଏନେଇ ଆମେ ରାଜ୍ୟ ସରକାରଙ୍କ ବିରୋଧରେ ଦାବି ଉପସ୍ଥାପନା କରିବୁ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.