ETV Bharat / state

ଡ୍ରାଇଭର ମହାସଂଘର ଧର୍ମଘଟ ପ୍ରଭାବ: ପୁରୀ ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ

author img

By

Published : Mar 17, 2023, 6:01 PM IST

ପୁରୀରେ ଦେଖିବାକୁ ମିଳିଛି ପେଟ୍ରୋଲ ଓ ଡିଜେଲର ଅଭାବ
ପୁରୀରେ ଦେଖିବାକୁ ମିଳିଛି ପେଟ୍ରୋଲ ଓ ଡିଜେଲର ଅଭାବ

ଡ୍ରାଇଭର ମହାସଂଘର ଧର୍ମଘଟ । ପରିବହନ ସେବା ବାଧା ପ୍ରାପ୍ତ । ଡ୍ରାଇଭର ମହାସଂଘର ଆନ୍ଦୋଳନର ପ୍ରଭାବରେ ପୁରୀରେ ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ । ଅଧିକ ପଢ଼ନ୍ତୁ

ପୁରୀରେ ଦେଖିବାକୁ ମିଳିଛି ପେଟ୍ରୋଲ ଓ ଡିଜେଲର ଅଭାବ

ପୁରୀ: ଡ୍ରାଇଭର ମହାସଂଘର ଆନ୍ଦୋଳନର ପ୍ରଭାବ । ପୁରୀରେ ଦେଖିବାକୁ ମିଳିଛି ପେଟ୍ରୋଲ ଓ ଡିଜେଲର ଅଭାବ । ଷ୍ଟିଅରିଂ ଛାଡ ଆନ୍ଦୋଳନ ଫଳରେ ରାସ୍ତାରେ ଟ୍ୟାଙ୍କର ଅଟକିବା କରାଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଅଭାବ ପରିଲଖିତ ହୋଇଛି । ସାଧାରଣ ଲୋକ ପେଟ୍ରୋଲ ଆଭାବ ହେବା ଭୟରେ ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ ପକାଉଛନ୍ତି । ଯାହା ଫଳରେ ଆହୁରୀ ସମସ୍ୟା ଦେଖିବାକୁ ମିଳୁଛି । ପେଟ୍ରୋଲ ଡିପୋରେ ଥିବା ମହଜୁଦ ପେଟ୍ରୋଲ ମଧ୍ୟ ଧୀରେଧୀରେ ସରିବାରେ ଲାଗିଛି । ଆଜି ସରକାରଙ୍କ ଅପିଲ୍‌ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ତେବେ ଡ୍ରାଇଭର ମହସଂଘର ଆନ୍ଦୋଳନ ଯୋଗୁଁ ପୁରୀକୁ ଆସି ପାରିନି ତେଲ ଟ୍ୟାଙ୍କର । ଟ୍ୟାଙ୍କର ନଆସିବା ଫଳରେ ପେଟ୍ରୋଲ ପମ୍ପ ବନ୍ଦ ଥିବା ବେଳେ କେତେକ ପମ୍ପ୍‌ରେ କେବଳ ଡିଜେଲ ମିଳୁଛି । ତେବେ ଏହି ସମସ୍ୟା ବେଶୀ ସମୟ ରହିବ ନାହିଁ । ରାସ୍ତାରେ ଫସି ଥିବା ତେଲ ଟ୍ୟାଙ୍କର କିଭଳି ଭଲରେ ପହଞ୍ଚି ପାରିବ ସେନେଇ ପୋଲିସ ସହାୟତା ନିଆଯାଉଛି ।

ତେବେ ପୁରୀରେ ତେଲ ଟ୍ୟାଙ୍କର ପହଞ୍ଚିବା ପରେ ସଂଧ୍ୟା ପରେ ପେଟ୍ରୋଲ ପମ୍ପରେ ଲୋକଙ୍କୁ ପେଟ୍ରୋଲ ମିଳିବ ବୋଲି ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି । ତେବେ ପେଟ୍ରୋଲ ନଥିବାରୁ ଅନେକ ଲୋକ ହଇରାଣ ହେଉଥିବା ଦେଖାଯାଉଛି । ତେଣୁ ଲୋକ ଭୟଭୀତ ନହୋଇ ସ୍ଥିତିକୁ ସୁଧାରିବାକୁ ସମୟ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପେଟ୍ରୋଲ ପମ୍ପ ମାଲିକ । ତେବେ କେତେକ ସ୍ଥାନରେ ପେଟ୍ରୋଲ କଳା ବଜାରି ହେଉଥିବା ଅଭିଯୋଗ ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି ।

ତେବେ ଧର୍ମଘଟ ଯୋଗୁଁ ତେଲ ନ ମିଳିବା ଆଶଙ୍କାରେ ଲୋକ ଆବଶ୍ୟକାତାଠାରୁ ଅଧିକ ତେଲ ନେଇଛନ୍ତି । ଲୋକମାନେ ବ୍ୟସ୍ତ ବିବ୍ରତ ନ ହୋଇ ଯେତିକି ଦରକାର ସେତିକି ପେଟ୍ରୋଲ, ଡିଜେଲ ନେବାକୁ ପେଟ୍ରୋଲ ପମ୍ପ ମାଲିକ୍ ଅନୁରୋଧ କରିଛନ୍ତି । ନହେଲେ ଯାହାର ଦରକାର ତାଙ୍କ ପାଇଁ ତେଲ ରହିବ ନାହିଁ । ପୁରୀ ଜିଲ୍ଲାରେ 34ଟି ପେଟ୍ରୋଲ ପମ୍ପ ରହିଥିବା ବେଳେ ସବୁ ପେଟ୍ରୋଲ ପମ୍ପ ମାଲିକ ଏହି ସମସ୍ୟା ନାହିଁ । ଗତ ଦୁଇ ଦିନ ହେବ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନ ହଟିଛି । ଏବେ ସ୍ଥିତି ସାମାନ୍ୟ ହେବ ବୋଲି ଆଶା ରଖିଛନ୍ତି ପେଟ୍ରୋଲ ପମ୍ପ ମାଲିକମାନେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.