ETV Bharat / state

CM Naveen To visit Puri: ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

author img

By

Published : Jan 6, 2023, 10:26 AM IST

ଦେଶ ବିଦେଶରୁ ୫୦ ହଜାରରୁ ଉର୍ଦ୍ଧ୍ଵ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତାଳବଣିଆ ପଡ଼ିଆ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକାଧିକ ଟେଣ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଧ୍ୟ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେବେ। ଅଧିକ ପଢନ୍ତୁ

ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆସନ୍ତା ରବିବାର ୮ ତାରିଖରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ପୁରୀ ସତସଙ୍ଗ ଠାକୁର ବାଡ଼ି ପକ୍ଷରୁ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ଦେଶ ବିଦେଶରୁ ୫୦ ହଜାରରୁ ଉର୍ଦ୍ଧ୍ଵ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତାଳବଣିଆ ପଡ଼ିଆ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକାଧିକ ଟେଣ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଧ୍ୟ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେବେ । ଠାକୁର ଅନୁକୂଳଚନ୍ଦ୍ରଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ତାଙ୍କର ବାଣୀ କିଭଳି ଅଧିକରୁ ଅଧିକ ସାରା ବିଶ୍ୱରେ ପ୍ରଚାର ପ୍ରସାର ହୋଇପାରିବ ସେ ନେଇ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସତସଙ୍ଗ ଠାକୁର ବାଡ଼ିର ସମସ୍ତ କର୍ମକର୍ତ୍ତା ଜୋରସୋରରେ ଲାଗି ପଡ଼ିଛନ୍ତି । ୧୯୨୩ ମସିହା ଜାନୁଆରୀ ୨ ତାରିଖରେ ଯୁଗ ପୁରୁଷୋତ୍ତମ ଠାକୁର ଅନୁକୂଳଚନ୍ଦ୍ର ପୁରୀରେ ପହଞ୍ଚିଥିଲେ।

ଏଠାରେ ମାସାଧିକ କାଳ ରହି ସମୁଦ୍ର ସ୍ନାନ ସମେତ ମହାପ୍ରଭୁଙ୍କ ଦର୍ଶନ ସହ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରିଥିଲେ । ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ସେହି ସମୟରେ ଠାକର ଅନୁକୂଳଚନ୍ଦ୍ରଙ୍କର ଶିଷ୍ୟତ୍ୱ ଗ୍ରହଣ କରି ଗୁରୁମନ୍ତ୍ର ନେଇଥିଲେ । ଏଣୁ ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପୁରୀରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ଓଡ଼ିଶା ଆଗମନର ଶତବର୍ଷ ପୂର୍ତ୍ତି ମହା ମହୋତ୍ସବ ଆୟୋଜନ କରାଯାଉଛି । ତେବେ ଏହି ମହା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରବିବାର କାର୍ଯ୍ୟକ୍ରମ ଉଦଘାଟନ ପୂର୍ବରୁ ସକାଳୁ ପ୍ରଥମେ ପ୍ରାତଃ ବିନତୀ, ପରିକ୍ରମା, ଶୋଭାଯାତ୍ରା, କୀର୍ତ୍ତନ ସହ ସନ୍ଧ୍ୟା ସମୟରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଉକ୍ତ ଦିନ ଠାକୁର ଅନୁକୂଳଚନ୍ଦ୍ରଙ୍କର ମହାମନ୍ତ୍ରକୁ ହଜାର ହଜାର ଶ୍ରଦ୍ଧାଳୁ ଗ୍ରହଣ କରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.