ETV Bharat / state

ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରେ କୋରୋନା କଟକଣାକୁ ଫୁ

author img

By

Published : May 31, 2021, 4:03 PM IST

ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରେ କୋରୋନା କଟକଣାକୁ ଫୁ
ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରେ କୋରୋନା କଟକଣାକୁ ଫୁ

ବ୍ରହ୍ମଗିରିରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କୋରୋନା ନିୟମକୁ ବେଖାତିର । ଅଧିକ ପଢନ୍ତୁ...

ବ୍ରହ୍ମଗିରି: ବ୍ରହ୍ମଗିରି ବଜାରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କୋରୋନା ନିୟମକୁ ବେଖାତିର । ସାମାଜିକ ଦୂରତା ନ ମାନି ପ୍ରତିଦିନ ଶହ ଶହ ଲୋକ ବ୍ୟାଙ୍କ ଏବଂ ତଳେ ଥିବା ଏଟିଏମ ଆଗରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଷ୍ଟେଟ ବ୍ୟାଙ୍କକୁ ପ୍ରତିଦିନ ଶହ ଶହ ଗ୍ରାହକ ଟଙ୍କା କାରବାର ପାଇଁ ଆସୁଥିବାବେଳେ ଏଠାରେ କିନ୍ତୁ କୋରୋନା ନିୟମକୁ ଫୁ କରି ଉଡାଇ ଦିଆଯାଉଥିବା ଏବେ ନଜରକୁ ଆସିଛି । ବ୍ରହ୍ମଗିରିରେ ପ୍ରତିଦିନ କୋରୋନା ମିଟର 30ରୁ ଊର୍ଦ୍ଧ୍ବରେ ରହୁଥିବାବେଳେ କୋରୋନା ନିୟମ ନମାନିଲେ ବ୍ରହ୍ମଗିରି ସ୍ଥିତି ଗୁରୁତର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏଥିପ୍ରତି ପ୍ରଶାସନ ନଜର ରଖିବା ନିତାନ୍ତ ଆବଶ୍ୟକତା ରହିଛି ।

ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରେ କୋରୋନା କଟକଣାକୁ ଫୁ

ତେବେ ଖାଲି ବ୍ୟାଙ୍କ ନୁହଁ, ସକାଳ ସମୟରେ ବଜାରରେ ମଧ୍ୟ ଭିଡ ଜମୁଛି । କିନ୍ତୁ ପୋଲିସ ପ୍ରଶାସନ ଏହା ଦେଖି ନ ଦେଖିବା ପରି ନିରବ ରହିଛି । ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ କୋରୋନା ମହାମାରୀକୁ ଗୁରୁତ୍ବ ଦେଉନଥିବାରୁ ଗ୍ରାହକମାନେ ବ୍ୟାଙ୍କ ଓ ତଳେ ଥିବା ଏଟିଏମରେ ନାହିଁ ନଥିବା ଭିଡ଼ ହେଉଛି ଏବଂ ଲୋକମାନେ କୋରୋନା କଟକଣା ମାନୁ ନାହାନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଏଥି ପ୍ରତି ଯଦି ଦୃଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନରେ ଷ୍ଟେଟ ବ୍ୟାଙ୍କ କୋରୋନା ମହାମାରୀର ସୁପର ସ୍ପେଡ଼ର ହେବ ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.